• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନରେ ଘଡିକେ ଘୋଡା ଛୁଟୁଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି । ଆସନ୍ତା ୩ମାସ ମଧ୍ୟରେ ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଆଜି ଅବିଶ୍ୱାସ ପ୍ରସ୍ତାବ ଖାରଜ ପରେ ପାକିସ୍ତାନରେ ଆଗୁଆ ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏଥିସହ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ଏଥିସହ ତାଙ୍କ ସରକାରଙ୍କୁ ଭାଙ୍ଗିବା ପାଇଁ ହେଉଥିବା ଷଡଯନ୍ତ୍ର ବିଫଳ ହୋଇଛି । ଅବିଶ୍ୱାସ ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି । ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ଉପବାଚସ୍ପତି ପ୍ରସ୍ତାବକୁ ଅସାମ୍ବିଧାନିକ ଓ ଏଥିପାଇଁ ବିଦେଶୀ ରାଷ୍ଟ୍ରର ଷଡଯନ୍ତ୍ର ଥିବା ଦର୍ଶାଇ ଏହାକୁ ଖାରଜ କରିବା ସହ ଏପ୍ରିଲ୍ ୨୫ ତାରିଖ ପu' ନ୍ୟାସନାଲ ଆସେମ୍ବଲି ସ୍ଥଗିତ କରିଦେଇଥିଲେ ।

ଗତ ଗୁରୁବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ଏହା ବିରୋଧିଙ୍କ ଚାଲ୍‌ ନୁହେଁ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଖାନ୍‌ ଦାବି କରିଥିଲେ । ତେବେ ଆଜି ବି ସେହିକଥାକୁ ଦୋହରାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ତେବେ ଏହି ସମୟରେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ତାରିଖ ଯାଏଁ ମୁଲତବୀ କରାଯାଇଥିଲା ।