/odishatv-khabar/media/post_attachments/uploadimage/library/16_9/16_9_0/pakistan_1756989473.jpg)
pakistan
ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋକହସା ହେବାର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସରିଫ୍ ଇୟରଫୋନ୍ ଲଗାଇ ନପାରି ହଟହଟ୍ଟା ହେଉଥିବା ଦେଖାଯାଉଛି । ଆଉ ସରିଫଙ୍କ ଏହି ଅସହାୟତାକୁ ଦେଖି ମୁରୁକି ମୁରୁକି ହସିଛନ୍ତି ରାଷ୍ଟ୍ରପତି ପୁଟିନ ।
ଭାଇରାଲ ଭିଡିଓ ଦେଖାଯାଉଛି, ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱିପାକ୍ଷିକ ବୈଠକ କରୁଛନ୍ତି । ବୈଠକ ବେଳେ ସରିଫ୍ ତାଙ୍କର ଟ୍ରାନ୍ସଲେସନ ଇୟରଫୋନ୍ ଲଗାଇ ପାରୁନାହାନ୍ତି, ଆଉ ହଡବଡେଇ ଯାଉଛନ୍ତି । ସରିଫ୍ ବାରମ୍ବାର ଇୟରଫୋନ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି । ପୁଟିନ ଏହା ଦେଖି ହସିବା ସହ କେମିତି ଇୟରଫୋନକୁ କାନରେ ଲଗାଇବାକୁ ହେବ ତାହା ଇସାରାରେ ବୁଝାଉଛନ୍ତି ।
ତେବେ ଏହା ପ୍ରଥମ ଥର ନୁହେଁ । ୨୦୨୨ ଉଜବେକିସ୍ତାନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ବି ସମାନ ସମସ୍ୟାରେ ପଡିଥିଲେ ଶେହବାଜ ସରିଫ । ସରିଫଙ୍କ ଇୟରଫୋନ ବାରମ୍ବାର ଖସିଥିଲା । ସେତେବେଳେ ବି ପୁଟିନ ତାଙ୍କୁ ଦେଖି ହସିଥିଲେ । ଶେହବାଜ ସରିଫ୍ ଏଭଳି ଲୋକହସା ହେବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଳ ମାଳ ମିମ୍ସ । ଏମିତିକି ୟୁଜରମାନେ ଏହାକୁ ଅନ୍ତର୍ଜାତୀୟ ବେଇଜତି ବୋଲି କହି ପାକିସ୍ତାନ ପିଏମଙ୍କୁ କଟାକ୍ଷ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)