Advertisment

Possible Indian Military Strike: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ; ରାତିଅଧରେ ପାକ୍ ମନ୍ତ୍ରୀଙ୍କ ପ୍ରେସମିଟ୍

ନିଜ ସୋଶାଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମ୍ଭାବ୍ୟ ଆଟାକ ନେଇ ଛାନିଆ ହେଲା ଭଳି ସୂଚନା ଦେଇଛନ୍ତି ଅତାତୁଲ୍ଲା। କହିଛନ୍ତି, ଭାରତ ୨୪-୩୬ ଘଣ୍ଟା ଭିତରେ ହମଲା କରିପାରେ ବୋଲି ପାକିସ୍ତାନ ପାଖରେ ବିଶ୍ୱାସଯୋଗ୍ୟ ଗୁଇନ୍ଦା ତଥ୍ୟ ରହିଛି।

ଅଦ୍ୟତନ ହୋଇଛି
pakistan

pakistan

Advertisment

ପହଲଗାମ ବଦଲା ନେଇ ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ହେଲାଣି ପାକିସ୍ତାନ। ଭାରତରେ କ’ଣ ହେଉଛି, କ’ଣ ନଷ୍ପତ୍ତି ନିଆଯାଉଛି ଟିକିନିଖି ଖବର ରଖୁଛି। ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ସ୍ୱାଧୀନତା ଛାଡିବା ପରେ ଭୟରେ ପାକିସ୍ତାନର ନିଦ ହଜିଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍

ଯେପରି ଲାଗୁଛି ପାକିସ୍ତାନର ମୁଣ୍ଡ ଗୋଳମାଳ ହୋଇଯାଇଛି। ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ। ଏମିତି ଆଶଙ୍କା କରିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାତୁଲ୍ଲା ତରାର। ଏଥିପାଇଁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରେସମିଟ କରିଛନ୍ତି। 

Advertisment

ନିଜ ସୋଶାଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମ୍ଭାବ୍ୟ ଆଟାକ ନେଇ ଛାନିଆ ହେଲା ଭଳି ସୂଚନା ଦେଇଛନ୍ତି ଅତାତୁଲ୍ଲା। କହିଛନ୍ତି, ଭାରତ ୨୪-୩୬ ଘଣ୍ଟା ଭିତରେ ହମଲା କରିପାରେ ବୋଲି ପାକିସ୍ତାନ ପାଖରେ ବିଶ୍ୱାସଯୋଗ୍ୟ ଗୁଇନ୍ଦା ତଥ୍ୟ ରହିଛି।

ଏଥିସହ ଦୋମୁହାଁ ନୀତି କଥା ଦୋହରାଇଛନ୍ତି ପାକ୍ ମନ୍ତ୍ରୀ। କହିଛନ୍ତି, ପାକିସ୍ତାନ ନିଜେ ଆତଙ୍କବାଦ ଦ୍ୱାରା ପୀଡ଼ିତ। ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବରେ ପାକିସ୍ତାନ ପହଲଗାମ୍ ହମଲାର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି। ଗୋଟିଏ ପରେ ଭୟରେ ଛାନିଆ ହେଉଥିବା ବେଳେ ଅନ୍ୟପଟେ ପାକିସ୍ତାନର ମୁହଁ ଫୁଟାଣି ଛାଡୁନି। କୌଣସି ପ୍ରକାର ଆକ୍ରମଣ ହେଲେ ଉଚିତ ଜବାବ ଦିଆଯିବ ବୋଲି ସେ ଅତାତୁଲ୍ଲାହ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ପାଣି ବନ୍ଦ କଲେ ଭାରତର ହେବ କି କ୍ଷତି… ଜାଣନ୍ତୁ ସମ୍ଭାବ୍ୟ ପରିଣାମ

 

Pakistan Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ