India-Pakistan Tensions: ଭାରତ-ପାକ୍ ଯୁଦ୍ଧ ହେଲେ ଦେଶ ଛାଡ଼ି ବାହାରକୁ ଚାଲିଯିବେ ପାକିସ୍ତାନ ସାଂସଦ, ଖୋଲାଖୋଲି କହିଲେ

ପାକିସ୍ତାନ ନେତା ଶେର୍ ଅଫଜଲ୍ ଖାନ୍ ମରୱତ୍ କହିଛନ୍ତି, ଯଦି ଭାରତ ସହ ଯୁଦ୍ଧ ହୁଏ, ମୁଁ ପାକିସ୍ତାନରୁ ବାହାରକୁ ଚାଲିଯିବି । କାରଣ ମୋଦି ଛାଡିବେନି । ଜବାବ ଦେବେ ।

ପାକିସ୍ତାନ

ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ପାକିସ୍ତାନ ନେତା ଇଂଲଣ୍ଡ ପଳେଇବେ । ପାକିସ୍ତାନରେ ଯୁଦ୍ଧ ବେଳେ ରହିବେନି ନେତା । ଏହି କଥା କହିଛନ୍ତି ପାକ୍ ନେତା ଶେର୍ ଅଫଜଲ୍ ଖାନ୍ ମରୱତ୍ । ଅଫଜଲ୍ ହେଉଛନ୍ତି ପାକିସ୍ତାନ ତେହେରିକ୍-ଇ-ଇନସାଫର ଜଣେ ନେତା ଓ ସାଂସଦ ମଧ୍ୟ । ଏହି ଦଳର ମୁଖ୍ୟ ହେଉଛନ୍ତି ଇମ୍ରାନ ଖାନ୍ । ଅଫଜଲ୍ ମଧ୍ୟ ପାକିସ୍ତାନ ସୁପ୍ରିମକୋର୍ଟର ଜଣେ ଓକିଲ ।

ସେ କଣ କରିବେ ବୋଲି ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ, ଯଦି ଯୁଦ୍ଧ ହୁଏ ସେ ବନ୍ଧୁକ ଧରି ଯୁଦ୍ଧ କରିବାକୁ ଯିବେ କି ? ଏହାର ଉତ୍ତରରେ ଅଫଜଲ୍ କହିଛନ୍ତି, ଯଦି ସେଭଳି ପରିସ୍ଥିତି ହୁଏ, ମୁଁ ଇଂଲଣ୍ଡ ଚାଲିଯିବି । ଉତ୍ତେଜନା ହ୍ରାସ କରିବାକୁ ଭାରତ ପଛକୁ ହଟିଯିବା ଉଚିତ କି ବୋଲି ପଚରାଯିବାରୁ ସେ କହିଛନ୍ତି, ମୋଦି କଣ ମୋ ଦାଦା ପୁଅ ଭାଇ ଯେ ମୁଁ କହୁଛି ବୋଲି ହଟିଯିବେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ୯୦ ହଜାର ସୈନିକଙ୍କୁ ଆଣ୍ଠେଇ ଦେଇଥିବା ଜଣେ ପରାକ୍ରମୀ ଭାରତୀୟଙ୍କ କାହାଣୀ

ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀରରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

ଶାସକ ଦଳ ବିଜେପିର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି, ପହଲଗାମ ନରସଂହାର ଘଟଣା ପରେ ଭାରତ କି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା ଉପରେ ପାକିସ୍ତାନର ମନ୍ତ୍ର ଓ ସେନାବାହିନୀ ଜେନେରାଲମାନେ ନଜର ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଛାଡି ବାହାର ଦେଶକୁ ଯିବାକୁ ଟିକେଟ୍ କରିସାରିଲେଣି । ପାକିସ୍ତାନର ମନ୍ତ୍ରୀମାନେ ବୁଝିଗଲେଣି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଛାଡିବ ନାହିଁ । ସେମାନେ ଭୟଭୀତ ହୋଇଗଲେଣି । ତେଣୁ ଇଂଲଣ୍ଡ ଯିବାକୁ ଗୋଡ କାଢ଼ି ବସିଛନ୍ତି । ପାକିସ୍ତାନରେ ସମସ୍ତେ ମାନୁଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ପାକିସ୍ତାନ ଭାରତର ସମକକ୍ଷ ନୁହେଁ । ପାକିସ୍ତାନ ଲୋକ ଓ ସାରା ବିଶ୍ୱର ଲୋକ ଜାଣିଛନ୍ତି, ଭାରତ ପହଲଗାମ୍ ଘଟଣାର ଦୃଢ଼ ଜବାବ ଦେବ ।

ଅଧିକ ପଢ଼ନ୍ତୁ: ହେବ କି ଯୁଦ୍ଧ ? ଫିରୋଜପୁରରେ ହେଲା ବ୍ଲାକ୍ ଆଉଟ୍ ଅଭ୍ୟାସ...