• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଇମ୍ରାନ୍‌ଙ୍କୁ ଭେଟିବାକୁ ନାରାଜ୍ ବାଇଡେନ୍

  • ଟେନସନ୍‌ରେ ରହୁଛନ୍ତି ଇମ୍ରାନ୍

ନୂଆଦିଲ୍ଲୀ: ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି। କାହିଁକି ଭେଟିବାକୁ ଚାହୁଁନାହାନ୍ତି ବାଇଡେନ୍? କ’ଣ ରହିଛି ଏହା ପଛରେ କାରଣ।

ସୂଚନା ଅନୁଯାୟୀ ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନ୍ୟ ଦେଶର ନେତାଙ୍କ ସହ ସାକ୍ଷାତକାର କରୁଥିବା ବେଳେ ଏବେ ଯାଏଁ ମଧ୍ୟ ପାକିସ୍ତାନ ସହ କୌଣସି ସାକ୍ଷାତକାର ହୋଇନାହିଁ। ପାକିସ୍ତାନ୍‌ର ତାଲିବାନ୍ ଓ ଚୀନ୍ ସହ ଭଲ ସମ୍ପର୍କ ଥିବା କାରଣରୁ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି।

ପୂର୍ବରୁ ଡୋନାଲ୍ଡ୍ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ପାକିସ୍ତାନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ସାକ୍ଷାତକାର ପାଇଁ ଡାକିଥିଲେ। କିନ୍ତୁ ବାଇଡେନ୍‌ଙ୍କ ଅଣଦେଖା ବର୍ତ୍ତମାନ ଇମ୍ରାନ୍ ଖାନ୍‌ଙ୍କୁ ଟେନସନ୍‌ରେ ପକାଇଛି। ଏନେଇ ଇମ୍ରାନ୍‌ଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ତାଙ୍କର ହତାଶ୍ ଚେହେରାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଇମ୍ରାନ୍ କହିଥିଲେ ଯେ, ବାଇଡେନ୍ ଜଣେ ବ୍ୟସ୍ତବହୁଳ ବ୍ୟକ୍ତି, ବାଇଡେନ୍ ସମୟ ପାଇଲେ ନିଶ୍ଚୟ ତାଙ୍କୁ ଫୋନ୍ କରି ଡାକିବେ। ଇମ୍ରାନ୍ ବର୍ତ୍ତମାନ ଏକ ପ୍ରଭାବଶାଳୀ ପାକିସ୍ତାନୀ ଆମେରିକୀୟଙ୍କ ଜରିଆରେ ବାଇଡେନ୍‌ଙ୍କ ସହ କଥା ହେବା ପାଇଁ ଚେଷ୍ଟା କରୁଛନ୍ତି।

ଏନେଇ ପାକିସ୍ତାନ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ୍ ୟୁସୁଫ୍ ଏକ ଧମକପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି ଯେ ପାକିସ୍ତାନ୍‌କୁ ଅବହେଳା କରିବା ଆମେରିକା ପାଇଁ ଠିକ୍ ହେବ ନାହିଁ। ନିକଟରେ ଆମେରିକାର ହ୍ୱାଇଟ୍ ହାଉସ୍‌ର ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି ଯେ ଇମ୍ରାନ୍ ଖାନ୍‌ଙ୍କୁ ଡାକିବା ଏବେ ଯାଏଁ ବାଇଡେନ୍‌ଙ୍କ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ହୋଇନାହିଁ। ବାଇଡେନ୍‌ଙ୍କ ପକ୍ଷରୁ ଇମ୍ରାନ୍‌ଙ୍କୁ କେବେ ଫୋନ୍ ଯିବ ଏହାର କିଛି ସଠିକ ଖବର ପାକିସ୍ତାନ୍ ପଖରେ ନାହିଁ।