• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆମେରିକା ପାଇଁ ଜ୍ଞାନ ବାଣ୍ଟିଲେ ଇମ୍ରାନ୍

  • ହକ୍କାନୀ, ପାକିସ୍ତାନର ପ୍ରଶୁନ୍ ଜନଜାତି ବୋଲି କହିଲେ

ନୂଆଦିଲ୍ଲୀ : ନିର୍ଭୟରେ ହକ୍କାନୀ ନେଟୱର୍କକୁ ସମର୍ଥନ ଜଣାଉଛି ପାକିସ୍ତାନ୍ । ତାଲିବାନୀଙ୍କ ଆଫଗାନିସ୍ତାନ ଦଖଲ ପରେ ପାକିସ୍ତାନ ଏବେ ତାର ନିଜ ଅସଲ ରଙ୍ଗ ଦେଖାଇବାକୁ ଲାଗିଲାଣି । ପୁରା ବିଶ୍ୱ ସମ୍ମୁଖରେ ଖୋଲାଖୋଲି ଭାବେ ତାଲିବାନ୍‌କୁ ସମର୍ଥନ କରୁଛି । ଗତ ମାସରେ କାବୁଲ ଉପରେ ତାଲିବାନୀ ଦଖଲ ଘଟଣାର ପରେ ସାର୍ବଜନୀକ ଭାବେ ପ୍ରଶଂସା କରିଥିଲେ ଇମ୍ରାନ ଖାନ । ଆଉ ବର୍ତ୍ତମାନ ତାଲିବାନ୍ ପାଇଁ ଯୁକ୍ତି ବାଢ଼ୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତାଲିବାନକୁ ବୁଝିବା ପାଇଁ ବିଶ୍ୱ କିଛି ସମୟ ଦେବା ଆବଶ୍ୟତ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ଆତଙ୍କୀ ନେଟୱାର୍କ ହକ୍କାନୀ ସମ୍ପର୍କରେ ଆମେରିକାର ବୁଝାମଣା ଉପରେ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ।

'ହକ୍କାନୀ ନେଟୱର୍କକୁ ଆମେରିକା କେବେ ବୁଝିନି ବୋଲି ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି । ହକ୍କାନୀ ନେଟୱର୍କର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବା ପାଇଁ ସେ କହିଛନ୍ତି, 'ହକ୍କାନୀମାନେ ପ୍ରଶୁନ୍ ଜନଜାତି । ଏହି ଲୋକମାନେ ପୂର୍ବରୁ ମୁଜାହିଦ୍ଦିନ ଥିଲେ, ଯେଉଁମାନେ ସୋଭିଏତ୍ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ । ପାକିସ୍ତାନର ଶରଣାର୍ଥୀ ଶିବିରରେ ହିଁ ହକ୍କାନୀ ନେଟୱାର୍କର ଜନ୍ମ ।

ଇମ୍ରାନ୍‌ଙ୍କ ପୋଲ୍ ଖୋଲିଲେ ପାକ୍ ସାମ୍ବାଦିକ

ଇମ୍ରାନ୍ ଖାନ୍ ହକ୍କାନୀଙ୍କୁ ଜନଜାତି ଦର୍ଶାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପୋଲ୍ ଖୋଲି ଦେଇଛନ୍ତି ପାକ୍ ସାମ୍ବାଦିକ । ହକ୍କାନୀଙ୍କୁ ଜନଜାତି ବୋଲି ସେ ଅସ୍ୱୀକାର କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସିଏନଏରେ କହିଥିଲେ ହକ୍କାନୀ ଏକ ଜନଜାତି , ଯାହା ସତ ନୁହେଁ । ଦାରୁଲ ଉଲୁମ୍ ହକ୍କାନିଆ ଆକୋରା ଖଟ୍ଟକ କେପିଏକର ସମସ୍ତ ଛାତ୍ରଙ୍କୁ ହକ୍କାନୀ କୁହାଯାଏ । ଏଥିମଧ୍ୟରେ ଜଲାଲୁଦ୍ଦିନ ହକ୍କାନୀ ମଧ୍ୟ ସାମିଲ ଅଛନ୍ତି, ଯିଏ ସୋଭିଏତ୍ ୟୁନିଅନକୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ସହ ସମ୍ପର୍କ ଉପରେ ମଧ୍ୟ ଇମ୍ରାନ ଖାନ ବୟାନ୍ ଦେଇଛନ୍ତି । ଏସମ୍ପର୍କରେ ବାଇଡେନଙ୍କ ସହ କଥା ହୋଇ ନାହିଁ ବୋଲି ସେ କହିଛନ୍ତି । ଆମେରିକା ଭାରତ ସହ ଯେଉଁପରି ସମ୍ପର୍କ ରଖିଛି, ପାକିସ୍ତାନ ସହ ମଧ୍ୟ ସମାନ ସମ୍ପର୍କ ରଖିବା ଉଚିତ୍ । ସୂଚନାଯୋଗ୍ୟ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ଅନେକ ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ଇମ୍ରାନ ଖାନଙ୍କୁ ଥରେ ବି ଫୋନ୍ କରିନାହାନ୍ତି । ଆଉ ଏଥିପାଇଁ ପାକିସ୍ତାନ ପ୍ରଶାସନରେ ନିରାଶା ଦେଖାଦେଇଛି ।