• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପାକିସ୍ତାନକୁ ଶନିଦଶା

  • ୭୦୦ରେ ପହଞ୍ଚିଲା ଅଙ୍ଗୁର କିଲୋ

  • କମଳା ୫୫୦

ପାକିସ୍ତାନ ସ୍ଥିତି ସଙ୍ଗୀନ । ଖାଇବା ବିନା ହନ୍ତସନ୍ତ ହେଲେଣି ଲୋକେ । ଯାହାକୁ ହାତ ଲଗାଇବେ ତାହାର ଉଚ୍ଚା ଦର । ବିଶେଷ କରି ରମଜାନ ମାସ ଚାଲିଥିବାରୁ ହଠାତ୍‌ ଫଳର ଚାହିଁଦା ବଢିଯାଇଛି । ଫଳ ମାର୍କେଟ୍‌ରେ କହିବାକୁ ଗଲେ ନିଆଁ ଲାଗିଯାଇଛି । ଅଙ୍ଗୁର, କମଳା, ସେଓ , କଦଳୀ ଓ କାକୁଡ଼ି ଦର ଏତେ ମାତ୍ରାରେ ବଢିଯାଇଛି ଯେ ଚିନ୍ତାରେ ପାକ୍‌ବାସୀ । ଜାଣି ଆଶ୍ଟର୍ଯ୍ୟ ହେବେ କି, ପାକିସ୍ତାନରେ ଏବେ ଅଙ୍ଗୁର କିଲୋ ୭୦୦ ଉପରେ ରହିଥିବା ବେଳେ କମଳା ୫୫୦ ପାର ହେଲାଣି । କଦଳୀ ଆଉ କାକୁଡ଼ିରେ ହାତ ମାରିହେଉନି । ପାକିସ୍ତାନର ଗ୍ରୋସରୀ ସପିଂ ୱେବସାଇଟ୍ www.cartpk.com ରେ ଯାଇ ଫ୍ରେସ୍-ଫ୍ରୁଟ୍‌କୁ ଦେଖିଲେ ଜାଣିଯିବେ ପାକିସ୍ତାନରେ କେଉଁ ଫଳର କେତେ ଦାମ୍‌ ରହିଛି?

ଅଧିକ ପଢ଼ନ୍ତୁ: ଜୀବନ ନେଉଛି ମାଗଣା ଅଟା; ଦଳାଚକଟାରେ ୧୧ ମୃତ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡର୍ଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ଏବେ ବଢିଲାଣି ଚିନ୍ତା ।

ଖାଲି ଫଳ କାହିଁକି, କିଲେ ଆଳୁକୁ ୬୦ ଟଙ୍କା ରହିଥିବା ବେଳେ ପିଆଜ ୧୮୦ ଟଙ୍କା , ଟମାଟୋ ୭୦ ଟଙ୍କା, ଲେମ୍ବୁ ୮୫୦, କଞ୍ଚା ମଟର ଛୁଇଁ ୧୦୦୦ ଟଙ୍କା, ଅଦା, ପିଆଜ ଓ ରସୁଣ ୭୦୦ ଉପରେ ରହିଛି । ଇଏ ତ ଗଲା ଫଳ ଓ ପରିବାର କଥା । ଯଦି ଗ୍ରୋସରୀ ଆଇଟମ୍ ଦେଖିବେ ତେବେ ଅଟା କିଲୋ ୧୮୦ ଥିଲା ବେଳେ ଡାଲି, ଚାଉଳ ଓ ତେଲର ଦାମ ବି ଆକାଶ ଛୁଆଁ ରହିଛି ।

ତେବେ ହଠାତ୍‌ ଏତେ ମାତ୍ରାରେ ଦର ବଢିଥିବାରୁ ଚିନ୍ତାରେ ପାକ୍‌ବାସୀ । କେମିତି ଖାଇବେ? କଣ ଖାଇବେ? ସେନେଇ କିଛି ଭାବିପାରୁନାହାନ୍ତି ପାକ୍‌ବାସୀ । କେବେ ଦର କମିବ? ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ।