Advertisment

Pakistan Rain: ୨୪ ଘଣ୍ଟାରେ ୯ମୃତ , ୯୧ ଆହତ...ଉଦ୍ଧାର କାର୍ଯ୍ୟ ଜାରି

ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି, ଯେଉଁଥିରେ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ବିଦ୍ୟୁତ୍ ଖୁଣ୍ଟ ଓ ତାରରୁ ଦୂରେଇ ରହିବାକୁ କୁହାଯାଇଛି।

ଅଦ୍ୟତନ ହୋଇଛି
Pakistan Rain

Pakistan Rain

Advertisment

ପ୍ରବଳ ବର୍ଷାରେ ଭାସିଲା ପାକିସ୍ତାନ । ପଞ୍ଜାବ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯୨ ଜଣ ଆହତ ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ବାହାୱାଲନଗରରେ ତିନି ଶିଶୁଙ୍କର ମୃତ୍ୟୁ ହୋଇଛି ଏବଂ ୧୭ ଜଣ ଆହତ ହୋଇଛନ୍ତି ।

Advertisment

ଓକାରାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଝିଅ ଅଛନ୍ତି ଓ ୧୨ ଜଣ ଆହତ ହୋଇଛନ୍ତି । ଲାହୋରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଠ ଜଣ ଆହତ ହୋଇଛନ୍ତି।

ଭକ୍କରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି । ପାକପଟ୍ଟନରେ ତିନି ଜଣ, ସାହିୱାଲରେ ଚାରି ଜଣ, ଫୈସଲାବାଦ ଓ ମୁଜାଫରଗଡ଼ରେ ଦୁଇ ଜଣ ଲେଖାଁଏ, ଟୋବା ଟେକ ସିଂହରେ ଚାରି ଜଣ, କାସୁରରେ ତିନି ଜଣ, ଡେରା ଗାଜୀ ଖାନରେ ଦୁଇ ଜଣ ଏବଂ ରାଜନପୁର, ସିଆଲକୋଟ, ଓ ମିଆନୱାଲିରେ ଜଣେ ଲେଖାଏଁ ଆହତ ହୋଇଛନ୍ତି ।

Advertisment

ଲାହୋରରେ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ପାକିସ୍ତାନର WASAର ଟିମ୍‌ଗୁଡ଼ିକ ରାସ୍ତା ଓ ଅଣ୍ଡରପାସରୁ ଜମା ହୋଇଥିବା ଜଳକୁ ନିଷ୍କାସନ କରିବାକୁ ଲାଗିଛନ୍ତି । ଏହା ସହ ଲାହୋରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଲାହୋରର ଜିଲ୍ଲା ପ୍ରଶାସନ, ଡେପୁଟି କମିଶନର ସୟେଦ ମୁସା ରଜାଙ୍କ ନେତୃତ୍ୱରେ, ମୌସୁମୀ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ଏକ ସମନ୍ୱିତ ରଣନୀତି ପ୍ରସ୍ତୁତ କରିଛନ୍ତି । ନିମ୍ନାଞ୍ଚଳ ଓ ପ୍ରମୁଖ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଯନ୍ତ୍ରପାତି ସହିତ ଟିମ୍‌ଗୁଡ଼ିକ ନିୟୋଜିତ ହୋଇଛନ୍ତି।

Advertisment

ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି, ଯେଉଁଥିରେ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ବିଦ୍ୟୁତ୍ ଖୁଣ୍ଟ ଓ ତାରରୁ ଦୂରେଇ ରହିବାକୁ କୁହାଯାଇଛି।

PDMA ନଦୀ ଓ ନାଳରେ ବନ୍ୟାର ସମ୍ଭାବନା, ବିଶେଷକରି ନିମ୍ନାଞ୍ଚଳରେ ଏବଂ ମୁରୀ ଭଳି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ସତର୍କତା ଜାରି କରିଛି । ପର୍ଯ୍ୟଟକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢନ୍ତୁ: ଚୀନ୍ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ; କହିଲେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାର ହେଲେ ଉଭୟ ଦେଶ ପାଇଁ ଲାଭଦାୟକ

Pakistan Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ