• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ତଳକୁ ତଳ ଖସିଯାଉଛି ଶତ୍ରୁ ଦେଶ । ଭୋକିଲାଙ୍କ ଠାରୁ ରୁଟି ଛଡ଼ାଇବାକୁ ବି ପଛଘୁଞ୍ଚା ଦେଉନି । ଆଫଗାନିସ୍ତାନରେ ସାଧାରଣ ଲୋକ ଭୋକରେ ଆଉଟୁପାଉଟୁ ହେଉଥିବା ବେଳେ ଜାତିସଂଘ ଏବଂ ବିଶ୍ୱର ଅନେକ ସଂଗଠନ ସାହାଯ୍ୟ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ଶୀଘ୍ର ସାହାଯ୍ୟ ନପହଞ୍ଚାଇଲେ ଶୀତ ଋତୁ ସେମାନଙ୍କ ପାଇଁ ସାଂଘାତିକ ହୋଇପାରେ । ମାନବିକତା ଦୃଷ୍ଟିରେ ରଖି ଭାରତ ଆଫଗାନିସ୍ତାନକୁ ୫୦ ହଜାର ଟନ୍ ଗହମ , ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇବାକୁ ନିଷ୍ପତ୍ତି ନେଇଛି । ହେଲେ ତା’ ଉପରେ ବି ଇମ୍ରାନ୍‌ ସରକାରଙ୍କ ଆଖି ରହିଛି ।

ଭାରତରୁ ପଠାଉଥିବା ସାମଗ୍ରୀଗୁଡିକ ୱାଘା ସୀମା ଦେଇ ପାକିସ୍ତାନ ଆଥ ତା’ପରେ ଆଫଗାନିସ୍ତାନକୁ ପଠାଯିବ । ତେବେ ଏଥିପାଇଁ ଇମ୍ରାନ୍ ସରକାରଙ୍କ ଠାରୁ ଅନୁମତି ମାଗିଥିଲେ ଭାରତର ସରକାର । ୨୦ ଦିନ ପରେ ପାକିସ୍ତାନ ନିଜର ରାସ୍ତା ବ୍ୟବହାରକୁ ପାଇଁ ଅନୁମତି ଦେଇଥିଲେ ସୁଦ୍ଧା ସେଥିରେ କିଛି ସର୍ତ୍ତ ରଖିଛି । ଆଉ ଏଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନର ଉଦ୍ଦେଶ୍ୟ କ’ଣ ? ସର୍ତ୍ତରୁ ଷଡଯନ୍ତ୍ରର ଗନ୍ଧ ବାରି ହୋଇଯାଉଛି ।

ଆମେରିକା ଏବଂ ଜାତିସଂଘର ଅନୁରୋଧ କ୍ରମେ ୭ ଅକ୍ଟୋବରରେ ଭାରତ ୫୦ ହଜାର ଟନ୍ ଗହମ, ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇବାକୁ ଘୋଷଣା କରିଥିଲା । ଏଥିପାଇଁ ପାକିସ୍ତାନର ସହାୟତା ଲୋଡିଥିଲେ ମୋଦି ସରକାର । କାରଣ ଟ୍ରକ୍ ମାଧ୍ୟମରେ ଏହି ସାମଗ୍ରୀ ୱାଘା ସୀମାରୁ ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ପଠାଯାଇପାରିବ । କମ୍ ମୂଲ୍ୟରେ ତଥା ଶୀଘ୍ର ଆଫଗାନ୍ ଲୋକଙ୍କ ଠାରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତର ସରକାର ଏପରି ନିଷ୍ପତ୍ତି ନେଇଥିଲେ ।

ତେବେ ଭାରତ ଆଫଗାନିସ୍ତାନକୁ ଏତେ ଶୀଘ୍ର ସାହାଯ୍ୟ ଉପଲବ୍ଧ କରାଇବ ବୋଲି ଇମ୍ରାନ୍ ସରକାର ତଥା ଆଇଏସଆଇ ଚିନ୍ତା କରିନଥିଲା । ୭ ଅକ୍ଟୋବରରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ଅନୁମତିର ଯବାବ ୨୪ ନଭେମ୍ବରରେ ଦେଇଥିଲା ପାକିସ୍ତାନ । ପାକିସ୍ତାନର ସର୍ତ୍ତ ଅନୁସାରେ ଭାରତର ଟ୍ରକ୍ ୱାଗା ସୀମାରେ ସାମଗ୍ରୀ ଅନଲୋଡ୍ କରିବ । ଆଉ ସେଠାରୁ ଭାରତ ପଠାଉଥିବା ସାମଗ୍ରୀ ପାକିସ୍ତାନର ଟ୍ରକରେ ଲୋଡ୍ କରାଯିବ । ଆଉ ସେମାନେ ଭାରତୀୟ ସାମଗ୍ରୀ ନେଇ ଆଫଗାନିସ୍ତାନରେ ପହଞ୍ଚାଇଦେବେ ।

ଏପରି ସର୍ତ୍ତ ରଖି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହୁଁଛି ପାକିସ୍ତାନ । ପ୍ରଥମଟି ହେଲା ପାକିସ୍ତାନୀ ଟ୍ରକ୍ ସାହାଯ୍ୟରେ ସାମଗ୍ରୀ ନେଲେ ବାରମାରଣା କରିବା ସମ୍ଭବ ହେବ । ଅର୍ଥାତ ଭାରତ ପଠାଇଥିବା ସାମଗ୍ରୀକୁ ଚୋରି କରିପାରିବେ ଇମ୍ରାନ୍ ସରକାର । ଅନ୍ୟଟି ହେଲା ସାମଗ୍ରୀ ଯାଉଥିବା ଟ୍ରକରେ ପାକିସ୍ତାନର ପତାକା ରହିବ । ଅର୍ଥାତ୍ ଆଫଗାନିସ୍ତାନର ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ସହଜ ହେବ । ପାକିସ୍ତାନ ପତାକା ଦେଖି ଇମ୍ରାନ ସରକାର ସାହାଯ୍ୟ ପଠାଇଥିବା କଥା ଚିନ୍ତା କରିବେ ଆଫଗାନିସ୍ତାନବାସୀ ।