Advertisment

Pahalgam Terrorist Attack: କଲମ୍ବୋ ବିମାନରେ ପହଲଗାମ ଆତଙ୍କବାଦୀ ଥିବା ସନ୍ଦେହ, ସର୍ଚ୍ଚ ଅପରେସନ କଡାକଡି

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ।

ଅଦ୍ୟତନ ହୋଇଛି
undefined

colombo

Advertisment

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିମାନରେ ଆତଙ୍କବାଦୀ ମାନେ ଥିବା ନେଇ ସନ୍ଦେହ ପ୍ରକାଶ କରାଯାଇଥିଲା । 

Advertisment

ଚେନ୍ନାଇରୁ ଛାଡିଥିବା ବିମାନଟି ଶ୍ରୀଲଙ୍କାର ବନ୍ଦରାନାଇକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟାହ୍ନ ୧୧.୫୯ ମିନିଟରେ ପହଞ୍ଚିଥିଲା। ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାରେ ବିମାନ ଅବତରଣ କରାଯିବା ପରେ ଚେକ କରାଯାଇଥିଲା। ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ବିମାନର ସମ୍ପୂର୍ଣ୍ଣ ଚେକ କରାଯାଇଥିଲା। ତେବେ ଆତଙ୍କବାଦୀଙ୍କ ସନ୍ଧାନ ମିଳିଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ଅଧିକ ପଢ଼ନ୍ତୁ: କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ

ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିଲେ। ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପହଲଗାମ ହିଲ୍‌ ଷ୍ଟେସନଠାରୁ ପ୍ରାୟ ୫ କିଲୋମିଟର ଦୂର ବୈସରାନ ଭ୍ୟାଲିରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ସମୟରେ କିଛି ପର୍ଯ୍ୟଟକ ସେଠି ଘୋଡା ସବାରି କରୁଥିଲେ । ହଠାତ୍ ଦଳେ ଆତଙ୍କବାଦୀ ସେଠାରେ ପହଞ୍ଚି ପର୍ଯ୍ୟଟକଙ୍କ ଧର୍ମ ପଚାରିଥିଲେ। ଏହା ପରେ କଲମା ପଢିବାକୁ କହିବା ସହିତ କେବଳ ହିନ୍ଦୁ ମାନଙ୍କୁ ଗୁଳି କରି ହତ୍ୟା କରିଥିଲେ ଏହି ଆତଙ୍କୀ ହାମ୍‌ଲା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ବାହାଘର ନାଁରେ ବଡ଼ ଧୋକା; କନିଆଁ ବଦଳରେ...

Jammu Kashmir Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ