Advertisment

Wedding Hoax In Uttar Pradesh: ବାହାଘର ନାଁରେ ବଡ଼ ଧୋକା; କନିଆଁ ବଦଳରେ...

ମୌଲବୀ କନିଆଁର ନାଁ 'ତାହିରା' ଡାକିବା ପରେ ମହମ୍ମଦଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ତାହିରା ହେଉଛନ୍ତି କନ୍ୟା ମନତାଶାଙ୍କ ୪୫ ବର୍ଷୀୟା ବିଧବା ମାଆ ।

author-image
Deviprasad Jena
ଅଦ୍ୟତନ ହୋଇଛି
କନିଆଁର ମୁହଁ ଦେଖି ବର ବେହୋସ !

କନିଆଁର ମୁହଁ ଦେଖି ବର ବେହୋସ !

ସଜେଇ ହୋଇଥିଲା ମଣ୍ଡପ । ବରଯାତ୍ରୀ ଧରି ଧୁମ୍‌ଧାମରେ ଦାଣ୍ଡ ଦୁଲୁକାଇ ପହଞ୍ଚିଲେ ବର । ଏପଟେ କନିଆଁ ବି ବଧୂ ବେଶରେ ଅପେକ୍ଷା କରି ବସିଥିଲା । ସବୁକିଛି ଠିକ୍‌ଠାକ ଚାଲିଥିଲା । ମୌଲବି ଆସିଲେ ନିକାହା ପଢ଼ିଲେ । ହେଲେ ହଠାତ୍‌ ବାହାଘର ମଝିରେ କନିଆଁର ନାଁ ଶୁଣି ବରର ଉଡ଼ିଗଲା ହୋସ୍‌ । ହରାଇଲା ଚେତା । ବାହାଘର ନାଁରେ ମିଳିଥିଲା ବଡ଼ ଧୋକା । କାରଣ ଝିଅକୁ ଦେଖାଇ ବିଧବା ଶାଶୁ ସହ ନିକାହା କରିଦେଲେ ଝିଅ ଘର ଲୋକେ ।

Advertisment

ହୋସ୍‌ ଆସିବା ପରେ ବର ଯାଇ ଥାନାରେ ପହଞ୍ଚିଛି । ଆଲିଗଡ଼ରେ ଜ୍ୱାଇଁକୁ ଧରି ଶାଶୁ ଫେରାର ହେବା ଘଟଣା ଚର୍ଚ୍ଚାରେ ଥିବା ବେଳେ ଏବେ ମିରଟରେ ଏହି ଘଟଣା ହଇଚଇ ସୃଷ୍ଟି କରିଛି ।

ଉତ୍ତରପ୍ରଦେଶ ମିରଟର ବ୍ରହ୍ମପୁରୀ ଅଞ୍ଚଳର ୨୨ ବର୍ଷୀୟ ମହମ୍ମଦ ଅଜିମଙ୍କ ବିବାହ ଶାମଲି ଜିଲ୍ଲାର କଙ୍କାରଖେଡା ଅଞ୍ଚଳର ୨୧ ବର୍ଷୀୟା ମନତାଶାଙ୍କ ଠିକ୍‌ ହୋଇଥିଲା । ଏହି ବିବାହ ବଡ଼ ଭାଇ ନଦୀମ ଏବଂ ଭାଉଜ ଶୈଦାଙ୍କ ଦ୍ୱାରା ସ୍ଥିର କରାଯାଇଥିଲା । ମାର୍ଚ୍ଚ ୩୧ରେ ବରଯାତ୍ରୀ ନେଇ ଝିଅ ଘରେ ପହଞ୍ଚିଥିଲେ ମହମ୍ମଦ । ଗୋଟିଏ ପଟେ ଚୌକିରେ ମହମ୍ମଦ ବସିଥିବା ବେଳେ ପରଦା ସେପଟେ ବସିଥିଲା କନ୍ୟା । ଆରମ୍ଭ ହୋଇଥିଲା ନିକାହ ରୀତିନୀତି ।

Advertisment

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍

ଯେତେବେଳେ ମୌଲବୀ କନ୍ୟାର ନାଁ 'ତାହିରା' ଡାକିଲେ, ସେତେବେଳେ ମହମ୍ମଦଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ତାହିରା ହେଉଛନ୍ତି କନ୍ୟା ମନତାଶାଙ୍କ ୪୫ ବର୍ଷୀୟ ବିଧବା ମାଆ । ନିକାହ ପରେ, ଓଢ଼ଣା ଟେକି ଶାଶୁ ତାହିରାଙ୍କ ମୁହଁ ଦେଖିବା ପରେ ବେହୋସ ହୋଇଯାଇଥିଲେ ମହମ୍ମଦ ।

ଚେତା ଫେରିବା ପରେ ଠକାମିର ଶିକାର ହୋଇଥିବା ଜାଣି ସେ ଏହି ବିବାହକୁ ବିରୋଧ କରିଥିଲେ ଏବଂ କନ୍ୟାକୁ ସାଙ୍ଗରେ ନେବାକୁ ମନା କରିଥିଲେ । ଏହାପରେ ତାଙ୍କ ଭାଇ ଏବଂ ଭାଉଜ ତାଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ପଠାଇବାକୁ ଧମକ ଦେଇଥିଲେ ।

ଏପ୍ରିଲ ୧୭ ତାରିଖରେ ଏହାକୁ ନେଇ ଥାନାରେ ପହଞ୍ଚିଥିଲେ ମହମ୍ମଦ । ଏହି ବିବାହ କରିବା ପାଇଁ ପାଞ୍ଚ ଲକ୍ଷ ଟଙ୍କା ନିଆଯାଇଥିଲା । ସେ ବିବାହରେ ହୋଇଥିବା ପ୍ରତାରଣା ବିଷୟରେ ଜାଣିପାରି ପ୍ରତିବାଦ କରିଥିଲେ । ଏହାପରେ ତାଙ୍କୁ ମାଡ଼ ମାରି ଘଉଡ଼ାଇ ଦିଆଯାଇଥିବା ଅଭିଯୋଗ କରିଥିଲେ ବର ।

ଏହି ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଏବେ ଦୁଇ ପକ୍ଷ ମଧ୍ୟରେ ସମାଧାନ ହୋଇଛି । ମହମ୍ମଦ ନିଜ ଅଭିଯୋଗ ଫେରାଇ ନେବା ସହ ଏହି ମାମଲାରେ ବର୍ତ୍ତମାନ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁନଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା...

Uttar Pradesh Crime News Weddings Marriage Fraud
Advertisment
Advertisment