Advertisment

ଚାରିପଟୁ ଘେରି ଇସ୍ରାଏଲ୍‌ ଉପରେ ଆତଙ୍କବାଦୀ ସଂଗଠନର ଆକ୍ରମଣ, ୫୦୦ରୁ ଅଧିକ ମୃତ...

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Over 500 Killed In Israel Palestine War

Over 500 Killed In Israel Palestine War

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  

Advertisment

ଇସ୍ରାଏଲ୍‌ ସେନାର ସୂଚନା ଅନୁସାରେ, ଆତଙ୍କୀ ସଂଗଠନ ହମାସ ଗାଜା ଷ୍ଟ୍ରିପ୍‌ରୁ ୨ ହଜାରରୁ ଅଧିକ ଘନ ଘନ ରକେଟ୍‌ ମାଡ଼ ଇସ୍ରାଏଲ୍‌ ଉପରେ କରିଛି। ଜଳ, ସ୍ଥଳ ଓ ଆକାଶ ତିନି ପଟୁ ଏହି ରକେଟ୍‌ ମାଡ଼ ହୋଇଛି। ହଠାତ୍‌ ଏଭଳି ଆକ୍ରମଣରେ ଇସ୍ରାଏଲ୍‌ରେ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ହଜାରରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଗାଜା ଷ୍ଟ୍ରିପ୍‌ରେ ୨୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭୦୦ ଆହତ ହୋଇଛନ୍ତି। 

ଅନ୍ୟପକ୍ଷେ, ଇସ୍ରାଏଲ ଉପରେ ହମାସର ଆତଙ୍କୀ ହମଲାକୁ ଭାରତ ସମେତ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରମାନେ ଦୃଢ଼ ନିନ୍ଦା କରିଛନ୍ତି। ଇସ୍ରାଏଲର ଦୃଢ଼ ସମର୍ଥନରେ ଭାରତ ସହ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡ଼ା ଭଳି ପ୍ରମୁଖ ରାଷ୍ଟ୍ରମାନେ ବି ବାହାରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ଇସ୍ରାଏଲ ଉପରେ ଆତଙ୍କୀ ଆକ୍ରମଣ କଥା ଶୁଣି ମୁଁ ସ୍ତବ୍ଧ। ପୀଡ଼ିତଙ୍କ ପରିବାର ପ୍ରତି ସମେବଦନା ଜଣାଇବା ସହ ଇସ୍ରାଏଲର ଏଭଳି କଠୋର ସମୟରେ ଭାରତ ଛିଡ଼ା ହୋଇଛି।

Advertisment

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଲେଖିଛନ୍ତି- ଏଭଳି ଆତଙ୍କୀ ଆକ୍ରମଣ ନିନ୍ଦନୀୟ। ଇସ୍ରାଏଲ ଏହାକୁ ପ୍ରତିହତ କରିବାର ପୂର୍ଣ୍ଣ ଅଧିକାର ରହିଛି। ସେପଟେ ଇସ୍ରାଏଲ୍‌ର ଏଭଳି ଦୁର୍ଦ୍ଦିନରେ ସାମରିକ ସହାୟତା ଯୋଗାଇ ଦେବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି-ଇସ୍ରାଏଲର ସୁରକ୍ଷା ଅଧିକାର ପ୍ରତି ଆମର ପ୍ରତିବଦ୍ଧତା ଜାରି ରହିବ। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ମଧ୍ୟ ସାଂପ୍ରତିକ ସ୍ଥିତି ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନଜାମିନ୍ ନେତାନହ୍ୟୁଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। 

ଏସବୁ ଭିତରେ ପାଲେଷ୍ଟାଇନ୍ ସପକ୍ଷରେ ଖୋଲାଖୋଲି ଠିଆ ହୋଇଛନ୍ତି ଇରାନ୍ ଓ ପାକିସ୍ତାନ୍ ସହ କିଛି ମୁସଲିମ୍ ଦେଶ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି-ଇସ୍ରାଏଲ୍‌ର ବେଆଇନ୍ ଜବରଦଖଲକୁ ମୁକ୍ତ କରିବା ଓ ନିର୍ଦ୍ଦୋଷ ପାଲେଷ୍ଟାଇନ୍ ନାଗରିକଙ୍କ ଉତ୍ପୀଡ଼ନ କ୍ଷେତ୍ରରେ ଶାନ୍ତି ଫେରିବା ଦରକାର। ହମାସ୍‌ର ଅତର୍କିତ ଆକ୍ରମଣକୁ ନେଇ ମୁଁ ଆଦୌ ବିବ୍ରତ ନୁହେଁ।’

ଇରାନ ରାଷ୍ଟ୍ରମୁଖ୍ୟ ଅଲ୍ଲୀ ଖାମେନେଇଙ୍କ ଜଣେ ପରାମର୍ଶଦାତା ଶକ୍ତିଶାଳୀ ଆକ୍ରମଣ କରିଥିବାରୁ ପାଲେଷ୍ଟାଇନ୍ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମେ ପାଲେଷ୍ଟାଇନ୍ର ସ୍ୱାଧୀନତା ଚାହୁଁ ବୋଲି ସେ କହିଛନ୍ତି।

Advertisment
Advertisment