Iskcon Radhakanta temple
ବାଂଲାଦେଶ ସରକାରଙ୍କ ହିନ୍ଦୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ସମସ୍ତ ପ୍ରତିଶ୍ରୁତିର ପୋଲ୍ ଖୋଲିଯାଇଛି । ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍ କରିଥିବା ଜଣାପଡ଼ିଛି । ଏହି ସମୟରେ ଅନେକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି ।
ଟାର୍ଗେଟରେ ଇସ୍କନ୍ ମନ୍ଦିର
ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ହାଜି ଶଫିଉଲ୍ଲାଙ୍କ ନେତୃତ୍ୱରେ ୨୦୦ରୁ ଅଧିକ ଲୋକ ଲାଲମୋହନ୍ ସାହା ଷ୍ଟ୍ରିଟ୍ ନିକଟସ୍ଥ ଏକ ଇସ୍କନ୍ ମନ୍ଦିରରେ ଲୁଟପାଟ୍ କରିବା ସହ ଭଙ୍ଗାରୁଜା କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ଲୋକ ଆହତ ହୋଇଥିଲେ।
ପୂର୍ବରୁ ମଧ୍ୟ ହିନ୍ଦୁ ମନ୍ଦିର ଆକ୍ରମଣ ହୋଇସାରିଛି
ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ନବରାତ୍ରୀ ସମୟରେ କିଛି ଦୁର୍ଗା ପୂଜାପାଠ ପଣ୍ଡାଲ ଉପରେ ଆକ୍ରମଣ କରାଯାଇଥିଲା । ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ହିଂସାରେ ୨ ହିନ୍ଦୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି । ଏପରିକି ଢ଼ାକାସ୍ଥିତ ISKCON ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)