Advertisment

ପ୍ରକୃତିର କରାଳରୂପ; ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ

ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି, ଅଟ୍ଟାଳିକା ଓ ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଯାହାକି ଦେଶର ଆର୍ଥିକ ଜୀବନରେଖା ଉପରେ ଗଭୀର ପ୍ରଭାବ ପକାଇବ। ଏଥିସହ ପୋରଗେରା ମାଇନ୍‌ର ମୁଖ୍ୟ ରାଜପଥ ସଂପୂର୍ଣ୍ଣ ଅବରୋଧ ହୋଇ ରହିଛି।

ଅଦ୍ୟତନ ହୋଇଛି
Massive Landslide In Papua New Guinea

Massive Landslide In Papua New Guinea

Advertisment

ପପୁଆ ନ୍ୟୁ ଗିନିରେ ତାଣ୍ଡବ ରଚିଲା ପ୍ରକୃତି। ଆଖି ପିଛୁଳାକେ ଭାଙ୍ଗିପଡିଲା ମହାଦ୍ରୁମ। ତାସ୍‌‌ ଘର ଭଳି ଭୁଶୁଡିଲା ବଡ଼ବଡ଼ କୋଠା। ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ। ଚାହୁଁଚାହୁଁ ଚିଶ୍ଚିହ୍ନ ହୋଇଗଲା ଏକାଧିକ ଗାଁ। ଏନେଇ ଏକ ରିପୋର୍ଟ ଦେଇଛି ଜାତିସଂଘ। ଯେଉଁଥିରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି।

Advertisment

ଏଏଫପି ଦେଇଥିବା ସୂଚନା ଅନୁସାରେ, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଥିଲା । ଏଥିରେ ୨୦୦୦ରୁ ଅଧିକ ଲୋକ ପୋତି ହୋଇଯାଇଛନ୍ତି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଅଧିକ ପଢ଼ନ୍ତୁ: ପ୍ରକୃତିର ଭୟଙ୍କର ତାଣ୍ଡବ: ଭୂସ୍ଖଳନରେ ଚାଲିଗଲା ୧୦୦ରୁ ଅଧିକ ଜୀବନ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା

Advertisment

ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି, ଅଟ୍ଟାଳିକା ଓ ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଯାହାକି ଦେଶର ଆର୍ଥିକ ଜୀବନରେଖା ଉପରେ ଗଭୀର ପ୍ରଭାବ ପକାଇବ। ଏଥିସହ ପୋରଗେରା ମାଇନ୍‌ର ମୁଖ୍ୟ ରାଜପଥ ସଂପୂର୍ଣ୍ଣ ଅବରୋଧ ହୋଇ ରହିଛି। ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେବି ସ୍ଥାନେ ସ୍ଥାନେ ଭୂସ୍ଖଳନ ହେଉଛି। ଯାହାକି ଉଦ୍ଧାରକାରୀ ଟିମ୍‌ ପାଇଁ ଅସୁବିଧାର କାରଣ ସାଜିଛି ଓ ଉଦ୍ଧାରକାର୍ଯ୍ୟରେ ବିଳମ୍ୱ ହେଉଛି। 

Advertisment

ରିଲିଫ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନରେ ପୋତି ହୋଇଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

ଭୂସ୍ଖଳନ ପୂର୍ବରୁ ପପୁଆ ନ୍ୟୁ ଗିନିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫିନ୍‌ସାଫେନ୍‌ର ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଥିଲା ​​ଏବଂ ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ ୯.୪୯ ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂକମ୍ପରେ କୌଣସି କ୍ଷତି ହୋଇନଥିବା କୁହାଯାଇଥିଲା ।

ତେବେ ପପୁଆ ନ୍ୟୁଗିନିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଥିବା ଦେଖିବାକୁ ମିଳିଛି । ଦୃଶ୍ୟ ଗୁଡ଼ିକ ଦେଖିଲେ ଛାତି ଥରି ଉଠୁଛି। ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହେବାରେ ଲାଗିଛି। ଏମିତି ଲାଗୁଛି ଯେମିତି ସମସ୍ତେ ନିରୁପାୟ। କାନ୍ଦ ବୋବାଳିରେ ଚାରିଆଡ଼େ ଏକ କରୁଣ ପରିବେଶ ଦେଖିବାକୁ ମଳିଛି।

Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ