• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ତୀଇୱାନକୁ ଚୀନ୍‌ର ଭେଟି

  • କ’ଣ ରହିଛି ଡ୍ରାଗନର ଉଦ୍ଦେଶ୍ୟ ?

  • ନୂଆ ଷଡ଼ଯନ୍ତ୍ର କରୁଛି କି ଚୀନ୍‌ ?

ବେଜିଂ: ତାଇୱାନ୍‌କୁ ଚୀନ୍‌ର ଭେଟି । ଗତକାଲି ଚୀନ୍‌ ତାଇୱାନ୍‌କୁ ୫୨ ଟି ଯୁଦ୍ଧ ବିମାନ ଭେଟି ସ୍ୱରୂପ ଦେଇଛି । ତାଇୱାନ୍‌ର ରକ୍ଷା ମନ୍ତ୍ରୀଳୟ ଅନୁସାରେ, ବାୟୁ ପ୍ରତିରକ୍ଷା ପ୍ରଣାଳୀରୁ ତାଇୱାନ ବାୟୁସେନା (Taiwan Airforce) ଚୀନ୍‌ର ଯୁଦ୍ଧ ବିମାନର ଗତିବିଧି ଉପରେ ନଜର ରଖିଥିଲା । ଯାହା ଦ୍ୱାରା ଜଣାପଡିଥିଲା ଯେ, ଚୀନ୍‌ର ୩୪ ଜେ -୧୬ ଯୁଦ୍ଧ ବିମାନ ଓ ୧୨ ଟି H-୬ ଯୁଦ୍ଧ ବିମାନ ତାଇୱାନ୍‌ର ସୁରକ୍ଷା କ୍ଷେତ୍ରର ଉଲଙ୍ଘନ କରିଛି । ତେଣୁ ଗତ ଶୁକ୍ରବାର ଦିନ ଚୀନ୍‌ର ରାଷ୍ଟ୍ରୀୟ ଦିବସ ଅବସରରେ ପିପୁଲ୍ସ ଲିବରେସନ୍ ଆର୍ମି ତାଇୱାନକୁ ୩୮ ଟି ବିମାନ ପଠାଇଥିବାବେଳେ ଶନିବାର ଦିନ ଆଉ ୩୯ ଟି ବିମାନ ପଠାଇଛି ।

ତାୟିୱାନ୍‌ ଗତ ୨୦୨୦ ମସିହା ସେପ୍ଟେମ୍ୱର ମାସରୁ ଲଗାତାର ସୀମା ଉଲଙ୍ଘନ କରିବାର ଅଭିଯୋଗ କରିଆସିଛି । ସୋମବାର ଦିନ ଚୀନ୍‌ ସର୍ବାଧିକ ବିମାନ ପଠାଇଥିଲା । ସେହିପରି ରବିବାର ଦିନ ୧୬ଟି ବିମାନ ପଠାଇଥିଲା । ଚୀନ୍‌ର ଏହି କାର୍ଯ୍ୟକୁ ଆମେରିକା ପକ୍ଷରୁ ଦୃଢ ନିନ୍ଦା କରିଛି । ଏନେଇ ଆମେରିକାର ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବିବୃତ୍ତିରେ ସେ ଚେତାବନୀ ଦେଇଛନ୍ତି ଯେ, ଚୀନ୍‌ର ସାମରିକ କାର୍ଯ୍ୟକଳାପ ତଥା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ତାଇୱାନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଚୀନ୍‌କୁ ଆମେରିକାର ଚେତାବନୀ

ତାୟିୱାନରେ ଏୟାର୍‌ ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍‌ରେ ଲାଗାତାର ଭାବରେ ଚୀନ୍‌ ତାରର ଯୁଦ୍ଧ ବିମାନ ପଠାଇବା ଘଟଣାକୁ ଆମେରିକା ଚୀନ୍‌ର ଘୋର ନିନ୍ଦା କରିଛି । ଆମେରିକା ବୈଦେଶିକ ମୁଖପାତ୍ର ନେଡ୍‌ ପ୍ରାଇସ (Ned Price) ତେଚାବନୀ ଦେଇଛନ୍ତି, ତାଇୱାନ୍‌ ଚୀନ୍‌ର କାର୍ଯ୍ୟକଳାପକୁ ନେଇ ଭୁଲ୍‌ ଧାରଣା ରଖିଛି । ଚୀନ୍‌ କୌଣସି ସମୟରେ ମଧ୍ୟ ତାଇୱାନ୍‌ର ବିଶ୍ୱାସରେ ବିଷ ମିଶାଇ ତାଇୱାନ୍‌ର ଶାନ୍ତି ଓ ସ୍ଥିରତାକୁ କ୍ଷୁର୍ଣ୍ଣ କରିପାରେ । ଆମେରିକା ସହ ତାଇୱାନର ଅତି ଘନିଷ୍ଠ ସମ୍ପର୍କ ଥିବାରୁ ଆମେରିକାର ବୈଦେଶିକ ମୁଖପାତ୍ର ନେଡ୍‌ ପ୍ରାଇସ ଏକ ବିବୃତ୍ତି ଜାରି କରିଛନ୍ତି । ସେ ଏହି ବିବୃତ୍ତିରେ କହିଛନ୍ତି ଯେ, 'ବେଜିଂକୁ ତାଇୱାନ ଉପରେ ସାମରିକ, କୂଟନନୈତିକ ଏବଂ ଅର୍ଥନୈତିକ ଚାପ ଏବଂ ବାଧ୍ୟବାଧକତା ବନ୍ଦ କରିବାକୁ ଆମେ ଅନୁରୋଧ କରୁଛୁ’ ।