Advertisment

ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍

ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।

ଅଦ୍ୟତନ ହୋଇଛି
NSA Ajit Doval meets Russian President Vladimir Putin.

Ajit Doval

Advertisment

NSA ଅଜିତ ଡୋଭାଲଙ୍କୁ ଭେଟିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ସେଣ୍ଟ ପିଟର୍ସବର୍ଗରେ ୱାନ୍ ଟୁ ୱାନ୍ ବୈଠକରେ ଦୁହେଁ ଆଲୋଚନା କରିଛନ୍ତି । ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ଆଲୋଚନା ଉପରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି । ସେହିପରି ଦ୍ବିପାକ୍ଷିକ ସୁରକ୍ଷାକୁ ନେଇ ଡୋଭାଲ୍-ପୁଟିନ୍ ଆଲୋଚନା କରିଥିବା ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ଆମେରିକା ରାଜନୀତିରେ ଓଡ଼ିଆ ପୁଅ, କମଳା ହାରିସଙ୍କ ପାଇଁ କରୁଛନ୍ତି ନିର୍ବାଚନୀ ପ୍ରଚାର

ସୂଚନା ଅନୁସାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ରୁଷ ଗସ୍ତରେ ଯାଇଛନ୍ତି । ବ୍ରିକ୍ସ ଓ ବ୍ରିକ୍ସ ପ୍ଲସ୍‌ ହାଇ ଲେଭେଲ୍ ସୁରକ୍ଷା ଅଧିକାରୀଙ୍କ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି ଡୋଭାଲ୍ । ପୂର୍ବରୁ ପୁଟିନ୍ କହିଥିଲେ, ୟୁକ୍ରେନ୍ ସହ ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍ ମଧ୍ୟସ୍ଥତା କରିପାରିବେ। ତା’ର କିଛି ଦିନ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ସେଣ୍ଟ ପିଟର୍ସବର୍ଗରେ ପୁଟିନଙ୍କ ସହ ସାକ୍ଷାତ ଆଲୋଚନାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment
Vladimir Putin Ajit Doval
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ