Advertisment

ସରକାରୀ ନିର୍ଦ୍ଦେଶ; ପିଲାମାନଙ୍କ ନାଁ ‘ବୋମା’ ‘ବନ୍ଧୁକ’ ନ ରଖିଲେ ଦଣ୍ଡ

ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।

author-image
Pramod Behera
ଅଦ୍ୟତନ ହୋଇଛି
North korea people to give kids patriotic names like bomb and gun

North korea people to give kids patriotic names like bomb and gun

ଉତ୍ତର କୋରିଆର ନାଁ ଆସିବା ମାତ୍ରେ ମନକୁ ଆସିଯାଏ ଅଜବଗଜବ ନିୟମ-କାନୁନ। ଏଠାରେ ଯେଉଁଭଳି ବିଚିତ୍ର ନିୟମ ଦେଖିବାକୁ ମିଳେ ତାହା ପ୍ରାୟ ଅନ୍ୟ କେଉଁଠି ଦେଖିଯାଏ ନାହିଁ। ଏହା ସମସ୍ତଙ୍କୁ ଜଣା ଯେ ସେଠାକାର ଲୋକଙ୍କ ପାଖରେ କହିବାର ସ୍ୱାଧୀନତା ନାହିଁ, ନିଜ ପସନ୍ଦର ପୋଷାକ ପିନ୍ଧିବାର ସ୍ୱାଧୀନତା ମଧ୍ୟ ନାହିଁ। ଏହାରି ଭିତରେ ସେମାନଙ୍କ ଉପରେ ଆଉ ଏକ ନିୟମ ଲଦିଦିଆଯାଇଛି। ନିକଟରେ ଉତ୍ତର କୋରିଆର ଲୋକମାନଙ୍କୁ ମଧ୍ୟ ସେମାନଙ୍କର ପିଲାମାନଙ୍କର ସ୍ୱତନ୍ତ୍ର ନାଁ ରଖିବାକୁ ସରକାରୀ ପରାମର୍ଶ ଦିଆଯାଉଛି।

Advertisment

ଏକଛତ୍ରବାଦୀ କିମ୍‌ ଜଙ୍ଗ୍‌ ଉନ୍ ବର୍ତ୍ତମାନ ସେମାନଙ୍କର ପୋଷାକ ଏବଂ ହେୟାର ଷ୍ଟାଇଲ୍‌ ପରେ ପିଲାମାନଙ୍କ ନାଁ ଚୟନରେ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ କୁହାଯାଇଛି ଯେ ପିଲାମାନଙ୍କର କୌତୁକିଆ ନାମ ବଦଳରେ ଟିକେ ଭୟଙ୍କର ଏବଂ ଦେଶପ୍ରେମ ସହ ଜଡିତ ନାମ ରଖାଯିବା ଉଚିତ। ଏନେଇ ଉତ୍ତର କୋରିଆର ଲୋକମାନେ ସେମାନଙ୍କ ପିଲାମାନଙ୍କ ନାଁ ‘ବମ୍’ ଏବଂ ‘ବନ୍ଧୁକ’ ରଖୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ନିର୍ଦ୍ଦେଶରେ ଏହା କରାଯାଉଛି, ଯାହା ଦ୍ୱାରା ପିଲାମାନଙ୍କ ମନରେ କୋମଳତା ବଦଳରେ ଦେଶଭକ୍ତି ପ୍ରତିଫଳିତ ହେବ।

ସୂଚନା ମୁତାବକ ସରକାରୀ ନିର୍ଦ୍ଦେଶ ଦିଆଯାଇଛି ବୋଲି କୌତୁକିଆ ସ୍ୱର ଆସୁଥିବା ନାଁ ବଦଳରେ ପିଲାମାନଙ୍କ ନାଁ Chong Il (ବନ୍ଧୁକ), Chung Sim (ବିଶ୍ୱସ୍ତତା), Pok Il (ବୋମା) ଏବଂ Ui Song (ସାଟେଲାଇଟ୍) ପରି ରଖାଯିବ। ଯେଉଁମାନଙ୍କର ନାଁ ପ୍ରେମ, ସୌନ୍ଦର୍ଯ୍ୟ ଏବଂ ଏହିପରି ଭାବନା ସହିତ ଜଡିତ ରହିଛି ସେସବୁକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Advertisment

କିମ୍‌ ଜଙ୍ଗ୍‌ ଉନ୍‌ଙ୍କ କହିବାନୁସାରେ, ଏହି ନାଁଗୁଡ଼ିକ ପଶ୍ଚିମୀ ସଂସ୍କୃତି ସହିତ ଜଡିତ ଥିବା ଜଣାଯାଏ। ଲୋକଙ୍କୁ ଏହି ଆଦେଶ ପାଳନ କରିବାକୁ ପଡିବ, ନଚେତ୍ ସେମାନଙ୍କୁ ଅଧିକ ଜରିମାନା କିମ୍ବା ଦଣ୍ଡ ଦିଆଯାଇପାରେ।

କୁହାଯାଉଛି ଯେ ଏଭଳି କଠୋର ନିୟମ ଯୋଗୁଁ ଉତ୍ତର କୋରିଆର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଏକ ବିଜ୍ଞପ୍ତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ପରେ ଲୋକମାନଙ୍କ ଉପରେ ସେମାନଙ୍କ ପିଲାମାନଙ୍କର ନାଁ ପରିବର୍ତ୍ତନ କରିବାକୁ କ୍ରମାଗତ ଭାବରେ ଚାପ ପକାଉଯାଉଛି। ଲୋକମାନେ ଏହା ବିରୋଧରେ ମଧ୍ୟ ଅଭିଯୋଗ କରୁଛନ୍ତି, କିନ୍ତୁ ଏକଛତ୍ରବାଦୀ ଶାସନର ଆଦେଶ ଆଗରେ ସେମାନଙ୍କ ଦାବି କୌଣସି କାମ ଦେଉନାହିଁ।

North Korea Kim Jong International News
Advertisment
Advertisment