Advertisment

ନୋବେଲ ବିଜେତାଙ୍କୁ ସହକର୍ମୀମାନେ ଧରି ପୋଖରୀକୁ ଫିଙ୍ଗିଦେଲେ, ଭିଡିଓ ଭାଇରାଲ

ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ  ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ ମିଳିଛି ନୋବେଲ ବିଜେତାଙ୍କୁ ସାଙ୍ଗମାନେ ଏକ ପୋଖରୀରେ ଫିଙ୍ଗି ଦେଉଛନ୍ତି।

ଅଦ୍ୟତନ ହୋଇଛି
Nobel Price winner Svante Paabo

Nobel prize winner svante paabo was thrown into pond

Advertisment

୨୦୨୨ ପାଇଁ ନୋବେଲ ବିଜେତାଙ୍କ ନାଁ ନିକଟରେ ଘୋଷଣା କରାଯାଇଛି।  ନାଁ ଘୋଷଣା ହେବା ପରେ ବିଜେତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ଚିକିତ୍ସା କ୍ଷେତ୍ରରେ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ ସ୍ୱୀଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋ। ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ  ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ ମିଳିଛି ନୋବେଲ ବିଜେତାଙ୍କୁ ସାଙ୍ଗମାନେ ଏକ ପୋଖରୀରେ ଫିଙ୍ଗି ଦେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପଦାର୍ଥ ବିଜ୍ଞାନ ପାଇଁ ଏକା ଥରକେ ୩ ଜଣଙ୍କୁ ନୋବେଲ ପୁରସ୍କାର

ଏହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି, ପାବୋଙ୍କର ତିନି ଜଣ ସହଯୋଗୀ ତାଙ୍କୁ ଏକ ପୋଖରୀକୁ ଫିଙ୍ଗି ଦେଉଛନ୍ତି। ଆଖ ପାଖରେ ଥିବା ଲୋକମାନେ ତାଳିମାରି ଖୁସି ମନାଉଛନ୍ତି। ଭିଡିଓ ଦେଖିଲେ ଭାବିବେ, ନୋବେଲ ବିଜେତା ଏମିତି କ’ଣ କଲେ ଯେ ତାଙ୍କୁ ଏ ପ୍ରକାର ଦଣ୍ଡ ମିଳୁଛି ? ହେଲେ ଏହା ଦଣ୍ଡ ନୁହେଁ, ସ୍ଥାନୀୟ ଅଞ୍ଚଳରେ ଖୁସି ମନାଇବାର ଏକ ଶୈଳୀ।

ସ୍ୱୀଡେନର ମେକ୍ସ ପ୍ଲେଙ୍କ ସଂସ୍ଥାନରେ ଏହା ଏକ ପାରମ୍ପରିକ ପ୍ରଥା। ଏହି ଭିଡିଓକୁ ସେୟାର କରି ନିଜେ ପାବୋ ଲେଖିଛନ୍ତି, ତାଙ୍କ ସାଥୀମାନେ ପାରିମ୍ପରିକ ଅନ୍ଦାଜରେ ଖୁସି ମନାଉଛନ୍ତି । ପ୍ରକୃତ କଥା ହେଲା, ମେକ୍ସ ପ୍ଲେଙ୍କ ସଂସ୍ଥାନରେ ପ୍ରଥା ରହିଛି। ଏହି ପ୍ରଥା ଅନୁସାରେ ଯେଉଁମାନେ ପିଏଚଡି ଡିଗ୍ରୀ ହାସଲ କରନ୍ତି ତାଙ୍କୁ ପୋଖରୀକୁ ଫିଙ୍ଗା ଯାଇ ଉତ୍ସବ ପାଳନ କରାଯାଏ। ହେଲେ ପାବୋ ନୋବେଲ ପୁରସ୍କାର ଜିତିବା ପରେ ସମାନ ଶୈଳୀରେ ତାଙ୍କ ସହକର୍ମୀମାନେ ଖୁସି ମନାଉଛନ୍ତି। ପୁରସ୍କାର ଜିତିବା ପରେ ସାଙ୍ଗମାନଙ୍କ ହାତରେ ପାବୋ ଧରା ପଡିବା ପରେ ତାଙ୍କୁ ନେଇ ପୋଖରୀରେ ପିଙ୍ଗୁଥିବା ଦେଖିବାକୁ ମିଳିଛି। ଏହାକୁ ଖୁସି ମନାଇବାର ସବୁଠାରୁ ଭଲ ଉପାୟ ବୋଲି ପାବୋ ନିଜେ କହିଛନ୍ତି।

Advertisment

ଏଠି କହିରଖିବୁ, ବିଲୁପ୍ତ ହୋମିନିନ୍ ଆଦିମାନବ ଗୁଣସୂତ୍ରର ଆବିଷ୍କାର ଓ ମାନବ ବିବର୍ତ୍ତନ ସଂପର୍କିତ ଉଲ୍ଲେଖନୀୟ ଗବେଷଣା ପାଇଁ ପାବୋଙ୍କୁ ମିଳିବ ପୁରସ୍କାର । ସ୍ୱିଡେନର ନୋବେଲ ଆସେମ୍ଲି ତରଫରୁ ଏହି ଘୋଷଣା କରାଯାଇଛି ।

Advertisment

ନୋବେଲ ପୁରସ୍କାର ସମିତି ଅନୁସାରେ, ପାବୋ ନିଜ ଗବେଷଣା ମାଧ୍ୟମରେ କିଛି ଏଭଳି ଆବିଷ୍କାର କରିଛନ୍ତି ଯାହା ବର୍ତ୍ତମାନ ସମୟରେ ଅସମ୍ଭବ ମନେ ହେଉଥିଲା । ସ୍ୱିଡେନର ବୈଜ୍ଞାନିକ ସ୍ୱାନ୍ତେ ପାବୋ ଜଣେ ଜେନେଟିଷ୍ଟ । ସେ ନିଅଣ୍ଡରଥାଲ୍ ଜିନୋମ୍ ଉପରେ ଦୀର୍ଘ ଦିନ ଧରି ଗବେଷଣା କରିଛନ୍ତି । ସେ ପୋଲିଓ ଜେନେଟିକ୍ସର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି । ସେହିପରି ନିଏଣ୍ଡରଥାଲ୍ ଜିନୋମ ଉପରେ ମୁଖ୍ୟ ରୂପେ ମଧ୍ୟ କାମ କରୁଥିଲେ । ଏବେ ପାବୋଙ୍କୁ ଏକ ସ୍ୱର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ୱିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ ।

Nobel Prize
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ