Advertisment

ଆଶ୍ଚର୍ଯ୍ୟ ! ନା ଅଛି ବାଥରୁମ୍‌, ନା ରୋଷେଇ ଘର; ତଥାପି, ଘରର ମାସିକ ଭଡ଼ା ଲକ୍ଷେ...

ବାଥ୍‌ରୁମ୍‌ ନାହିଁ କି ରୋଷେଇ ଘର ନାହିଁ କିନ୍ତୁ ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁଠୁ ଛୋଟ ଘର କିନ୍ତୁ ଭଡ଼ା ମାସିକ ୧ ଲକ୍ଷ ଟଙ୍କା...

author-image
Otv Khabar Bureau
ଅଦ୍ୟତନ ହୋଇଛି
No bathroom kitchen

No bathroom kitchen

ନାହିଁ ବାଥ୍‌ରୁମ୍‌ , ନାହିଁ  ରୋଷେଇ ଘର କିନ୍ତୁ ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ । ନ୍ୟୁୟର୍କର ଛୋଟ ଆପାର୍ଟମେଣ୍ଟର ଭଡା କେତେ ଟଙ୍କା ହୋଇଥିବ ? ଆପଣ ନିଶ୍ଚୟ ଭାବୁଥିବେ ଏଭଳି ବିଷୟରେ଼ କହିବା ସମ୍ଭବ ନୁହେଁ । କିନ୍ତୁ ଜଣେ ଲୋକ ନ୍ୟୁୟର୍କର ଛୋଟ ଆପାର୍ଟମେଣ୍ଟ ଭଡ଼ା ବିଷୟରେ କହିଛନ୍ତି । ଆଉ ଏହାର ଭଡ଼ା ବିଷୟରେ ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଏହି ଘର ଭଡ଼ା ବିଷୟରେ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ସବୁଠୁ ଛୋଟ ଘର କିନ୍ତୁ ଭଡ଼ା ମାସିକ ୧ ଲକ୍ଷ ଟଙ୍କା ( ୧୨୦୦ ଡଲାର ) ।

Advertisment

ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ବ୍ୟକ୍ତି ଜଣକ ପ୍ରଥମେ ସେ ତୃତୀୟ ମହଲାରେ ଥିବା ଏକ ଘରର କବାଟ ଖୋଲିକି ଘର ଭିତର ଦେଖାଉଛନ୍ତି । ପରେ ସେହି ଭିଡ଼ିଓରେ ଦେଖିବାକୁ ମିଳୁଛି କି ଭିତରେ କେବଳ ଏକ ଛୋଟ ଘର ରହିଛି । ଭିଡିଓର ଅନ୍ୟ ଏକ କ୍ଲିପ୍‌ରେ ସେ ଦେଖଉଛନ୍ତି ଘର ଭିତରେ ଏକ ଆଲମାରୀ ରହିଛି । ଘର ଭିତରେ ମଧ୍ୟ କେବଳ ଗୋଟିଏ ଝରକା ରହିଛି  । ସେହି ଭିଡ଼ିଓରେ ବ୍ୟକ୍ତି  ଜଣକ କହୁଛନ୍ତି ଯେ,  ‘ ହଁ, ଏହା ହେଉଛି ପୁରା ଘର - ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଏତେ ଛୋଟ ଫ୍ଲାଟରେ ବାଥରୁମ ନାହିଁ କି ରୋଷେଇ ଘର ନାହିଁ ।’ ଭିଡ଼ିଓରେ ବ୍ୟକ୍ତି ଜଣକ ଆହୁରି କହୁଛନ୍ତି ଯେ, ‘ମୁଁ ବହୁତ ଲମ୍ୱା ନୁହେଁ, କିନ୍ତୁ ଏଠାରେ ମୁଁ ପ୍ରାୟ ଉଭୟ ପାର୍ଶ୍ୱରେ ଥିବା କାନ୍ଥକୁ ଛୁଇଁ ପାରିବି । ମୁଁ ଭାବୁଛି ଏହା ମାନ୍‌ହଟାନ୍‌ର ସବୁଠାରୁ ଛୋଟ ଆପାର୍ଟମେଣ୍ଟ  । ଏହାର ମାସିକ ଭଡ଼ା ପ୍ରାୟ ୧୨୦୦ ଡଲାର (ପ୍ରାୟ ୧ ଲକ୍ଷ ଟଙ୍କା) ରହିଛି । 


ଅନେକ ଲୋକ ଭିଡିଓରେ କମେଣ୍ଟ ମଧ୍ୟ କରୁଛନ୍ତି...

ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଆପଣ ଭାବୁଥିବେ ବାଥ୍‌ରୁମ କେଉଁଠାରେ ଅଛି । ତେବେ ଆପଣଙ୍କୁ ଆପାର୍ଟମେଣ୍ଟ ବାହାରକୁ ଯାଇ ବାଥ୍‌ରୁମ ବ୍ୟବହାର କରିବାକୁ ପଡିବ ।"  ବ୍ୟକ୍ତି ଜଣକ ବାଥରୁମ୍ ଦେଖାଇବା ପୂର୍ବରୁ ଆଉ ଏକ ଆପାର୍ଟମେଣ୍ଟ ଅତିକ୍ରମ କରକି ଯାଉଛନ୍ତି ଯାହା ଭିଡ଼ିଓରେ ଦେଖିବାକୁ ମିଳୁଛି । ତା’ପରେ ସେ ବାଥ୍‌ରୁମ୍‌ ଦେଖାଉଛନ୍ତି। ବାଥ୍‌ରୁମ୍‌ରେ ଏକ ସିଙ୍କର, ଟଏଲେଟ୍ ଓ ସାୱାର ରହିଛି । ଆହୁରି ମଧ୍ୟ ସେ ଭିଡ଼ିଓରେ ପଚାରୁଛନ୍ତି ଆପଣ ଏଠାରେ ରହିବାକୁ ଚାହୁଁଛନ୍ତି କି ? ଏହି ଭିଡ଼ିଓ ଦେଖିବା ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମଧ୍ୟ ଅନେକ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ‘‘ ମୁଁ ମୋ କାର୍‌ରେ ପଛେ ରହିଯିବି ଏମିତିକା ଘରେ ରହିବି ନାହିଁ । ”

Advertisment
New York Highest Rental Price Of Apartment
Advertisment
Advertisment