Advertisment

ବିମାନ ଦୁର୍ଘଟଣା ପୂର୍ବରୁ ଫେସବୁକ୍ ଲାଇଭ୍, କହୁଥିଲେ- ଆମେ ଏବେ ଲ୍ୟାଣ୍ଡିଂ କରିବାକୁ ଯାଉଛୁ, ତାପରେ...

କଥାରେ କହନ୍ତି- କାଲି କିଏ ଦେଖିଛି ?

ଅଦ୍ୟତନ ହୋଇଛି
Indian On Nepal Plane Crash

Nepal Plane Crash

Advertisment

ସାମ୍ନାକୁ ଆସିଲା ନେପାଳ ବିମାନ ଦୁର୍ଘଟଣାର ଲାଇଭ୍ ଭିଡିଓ। ଏହା କଏଦ ହୋଇଛି ଜଣେ ଯାତ୍ରୀଙ୍କ ମୋବାଇଲ୍ କ୍ୟାମେରାରେ। ଯାହାର ଦୃଶ୍ୟ ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ଫେସବୁକରେ ଭିଡିଓ ଲାଇଭ୍ କରୁଥିଲେ। ଉତ୍ତରପ୍ରଦେଶର ଜଣେ ଯୁବକ  ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଉତ୍ତରପ୍ରଦେଶ ଗାଜିପୁରର ୪ ଜଣ ଯୁବକ। ସୋନୁ ଜୟସ୍ବାଲ, ଅନୀଲ ରାଜଭର, ବିଶାଳ ଶର୍ମା ଓ ଅଭିଷେକ ସିଂ ଖୁସଓ୍ୱାଲ୍। ସେମାନେ ଗତ ୧୩ ତାରିଖରେ କାଠମାଣ୍ଡୁ ପଶୁପତିନାଥ ମନ୍ଦିରରୁ ପୂଜା କରି ପୋଖରା ଯାଉଥିଲେ।

Advertisment

ପାରା ଗ୍ଲାଇଡିଂ କରିବାକୁ  ପୋଖରା ଏୟାରପୋର୍ଟରେ ବିମାନ ଅବତରଣ କରିବା ପୂର୍ବରୁ ଜଣେ ଯୁବକ ଫେସବୁକ ଭିଡିଓ ଲାଇଭ୍ କରୁଥିଲେ। ଏହି ଭିଡିଓରେ ସୋନୁଙ୍କୁ ଦେଖିବାକୁ ମିଳୁଛି। ସେମାନେ କହୁଛନ୍ତି ମୌଜ କର୍ ଦି  ଅର୍ଥାତ୍ ମଜା ଆସିଗଲା। ହେଲେ ଠିକ୍ ସେତିକି ବେଳେ ଭାରସାମ୍ୟ ହରାଇ ଖସିପଡ଼ୁଛି ବିମାନ। ଶୁଭୁଛି ଆର୍ତ୍ତ ଚିତ୍କାର। ବିମାନରେ ନିଆଁ ଲାଗିବା ପରେ ସେହି ଦୃଶ୍ୟ ମଧ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଯାଇଛି। ଏହି ଦେଢ଼ ମିନିଟର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି।

Advertisment

କଥାରେ କହନ୍ତି- କାଲି କିଏ ଦେଖିଛି ? ମଣିଷ ସ୍ୱପ୍ନ ଦେଖେ, ଆଶା ରଖେ  ହେଲେ ତାହା ସତ ହେବ, କି ପାଣି ଫୋଟକା ଭଳି ମିଳେଇ ଯିବ, ତାହା ଥାଏ ବିଧାତା ହାତରେ। ଠିକ୍ ସେମିତି କିଛି ଘଟିଛି ନେପାଳର ଜଣାଶୁଣା ଲୋକଗୀତ କଣ୍ଠଶିଳ୍ପୀ ନିରା ଛାନ୍ତ୍ୟାଲଙ୍କ କ୍ଷେତ୍ରରେ। ଗତକାଲି ସେ ସୋସିଆଲ୍ ମିଡିଆରେ ଲେଖିଥିଲେ, ମୁଁ ଆସନ୍ତାକାଲି ପୋଖରା ଯାଉଛି। ସେଠି ମଜା କରିବା। ହେଲେ ସତ ହୋଇପାରିଲାନି ତାଙ୍କ ସୋସିଆଲ ମିଡିଆ ପୋଷ୍ଟ। ଆଶା ଆଶାରେ ହିଁ ରହିଗଲା। ପୋଖରା ପହଞ୍ଚିବା ଆଗରୁ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ଆଉ ପ୍ରାଣ ହରାଇଲେ ନିରା।

Advertisment

ନେପାଳ ବିମାନ ଦୁର୍ଘଟଣାରେ ୬୮ ମୃତକଙ୍କ ମଧ୍ୟରେ ନିରା ଛାନ୍ତ୍ୟାଲ୍ ଥିବା ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି  ମାଘ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଗୀତ ଗାଇବାକୁ କାଠମାଣ୍ଡୁରୁ ବିମାନଯୋଗେ ପୋଖରା ଆସୁଥିଲେ ନିରା। ତେବେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିବା ପରେ, ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।

Nepal Plane Crash Viral Video Plane Crash Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ