nepal-plane-crash
ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି ନେପାଳ ସରକାର । ତେବେ ବିମାନ ଦୁର୍ଘଟଣାସ୍ଥଳରୁ ୧୪ଟି ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଗୁଡ଼ିକ ସଂପୂର୍ଣ୍ଣ ଜଳି ଯାଇଥିବାରୁ କାହାକୁ ଚିହ୍ନି ହେଉନି । ସକାଳେ ନେପାଳ ସେନା ଓ ସନ୍ଧାନକାରୀ ଦଳ କ୍ରାସ ସାଇଟରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଥିଲା ।
ଦୁର୍ଘଟଣାସ୍ଥଲରୁ ମିଳିଥିବା ତାରା ଏୟାରର ବିମାନଟି ଗତକାଲି ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନିଖୋଜ ହୋଇଥିଲା । ଏହାପର ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ନିଖୋଜ ବିମାନକୁ ଠାବ ଲାଗି ସେନା ପକ୍ଷରୁ ହେଲିକର ସାହାଯ୍ୟରେ ସର୍ଚ୍ଚ ଅଫରେସନ କରାଯାଇଥିଲା । ହେଲେ ପ୍ରବଳ ତୁଷାରପାତ ଯୋଗୁଁ ଏହାକୁ ବନ୍ଦ ରଖାଯାଇଥିଲା ।
ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଥିଲା । ଗତକାଲି ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜମସମ ଯାତ୍ରା କରିଥିଲା । ଏହାପରେ ଧଉଳଗିରି ଯିବାବେଳେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ। ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)