• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସେ ଘର ହେଉ କିମ୍ବା ରାଷ୍ଟ୍ର .. ପ୍ରତ୍ୟେକ କ୍ଷେତ୍ରରେ ସୁନା ଏକ ଆସେଟ୍ ଭଳି କାର୍ଯ୍ୟ କରିଥାଏ । ରାଷ୍ଟ୍ରର ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବାରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାନ୍ଦାବସ୍ଥା କିମ୍ୱା ଦେବାଳୟ ହେବା ପରିସ୍ଥିତିରେ ଥିଲେ, ସୁନା ନିର୍ଭରଯୋଗ୍ୟ ଆସେଟ୍ ଭାବରେ କାର୍ଯ୍ୟ କରିଥାଏ । ଫୋର୍ବସ୍ ଅନୁଯାୟୀ, ୧୮୦୦ ଶେଷ ଓ ୧୯୦୦ ମସିହାର ଆରମ୍ଭ ବେଳେ ସୁନାର ଗଚ୍ଛିତ ପରିମାଣ ହିସାବରେ ଦେଶରେ ଟଙ୍କାର ମୂଲ୍ୟ ନିର୍ଧାରିତ ହେଉଥିଲା । ଅର୍ଥାତ ଯେଉଁ ଦେଶ ପାଖରେ ଅଧିକ ଟଙ୍କା ଥିଲା, ସେହି ଦେଶର କରେନ୍ସି ସେତେ ଅଧିକା ବିନିମୟ ମୂଲ୍ୟ ରଖୁଥିଲା ।

ପରେ ପରେ ୧୯୭୦ ବେଳକୁ ଏ ନିୟମ ଶେଷ ହୋଇ ଯାଇଥିଲା । କିନ୍ତୁ ତଥାପି ଦେଶମାନଙ୍କର ସୁନାରୁ ମୋହ ଛାଡ଼ି ନଥିଲା । ଏବଂ ପ୍ରତ୍ୟେକ ରାଷ୍ଟ୍ର କିଛି ନା କିଛି ସୁନା ଗଚ୍ଛିତ ରଖୁଥିଲେ । ବର୍ତ୍ତମାନ ଏହା ଏକ ଟ୍ରେଣ୍ତରେ ପରିଣତ ହୋଇସାରିଛି । କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନାକୁ ଅଧିକ ପସନ୍ଦ କରୁଛନ୍ତି ।

ଆସନ୍ତୁ ଜାଣିବା କେଉଁ ଦେଶ ପାଖରେ କେତେ ପରିମାଣରେ ସୁନା ଗଚ୍ଛିତ ଅଛି ..

୧. ସବୁଠାରୁ ଅଧିକ ସୁନା ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ରହିଛି । ଆମେରିକା ନିଜ ପାଖରେ ୮୧,୩୩୬.୪୬ ଟନ ସୁନା ଗଚ୍ଛିତ ରଖିଛି ।

୨. ଆମେରିକା ପରେ ଜର୍ମାନୀ ପାଖରେ ଦ୍ୱିତୀୟ ଅଧିକ ସୁନା ଗଚ୍ଛିତ ଅଛି । ଜର୍ମାନୀ ନିଜ ପାଖେ ୩,୩୫୨.୬୫ ଟନ ସୁନା ରଖିଛି ।

୩. ଇଟାଲୀ ହେଉଛି ବିଶ୍ୱର ତୃତୀୟ ବଡ଼ ସୁନା ଗଚ୍ଛିତକାରୀ ଦେଶ । ଏହି ଦେଶ ନିଜ ପାଖରେ ୨,୪୩୬.୮୮ ଟନର ସୁନା ରହିଛି ।

୪. ଚତୁର୍ଥ ସ୍ଥାନରେ ରହିଛି ଫ୍ରାନ୍ସ । ୨,୪୩୬.୮୮ ଟନର ସୁନା ନିଜ ପାଖେ ଗଚ୍ଛିତ ରଖିଛି ଫ୍ରାନ୍ସ ।

୫. ସୁନା ଗଚ୍ଛିତ ରଖିବାରେ ପଞ୍ଚମ ସ୍ଥାନରେ ରହିଛି ଋଷିଆ । ଏହି ଦେଶ ନିଜ ପାଖରେ ୨,୩୩୨.୭୪ ଟନ ସୁନା ରଖିଛି ।

୬. ଋଷିଆ ପରେ ଷଷ୍ଠ ସ୍ଥାନରେ ରହିଛି ପଡୋଶୀ ଦେଶ ଚୀନ । ଚୀନ ନିଜ ପାଖରେ ୨,୧୯୧.୫୩ ଟନ ସୁନା ଗଚ୍ଛିତ ରଖିଛି ।

୭. ସପ୍ତମ ସ୍ଥାନରେ ରହିଛି ସ୍ୱିଜରଲାଣ୍ତ । ଏହି ଦେଶ ନିଜ ପାଖରେ ୧,୦୪୦.୦୦ ସୁନା ଗଚ୍ଛିତ ରଖିଛି ।

୮. ଜାପାନ ନିଜ ପାଖରେ ୮୪୫.୯୭ ଟନ ସୁନା ରଖିଛି ।

୯. ଫୋବର୍ସ ଅନୁସାରେ ଏହି ରାଙ୍କର ନବମ ସ୍ଥାନରେ ରହିଛି ଭାରତ । ଭାରତ ନିଜ ପାଖରେ ୮୦୦.୭୮ ଟନ ସୁନା ରଖିଛି ।

୧୦. ତାଲିକାର ଦଶମ ସ୍ଥାନରେ ରହିଛି ନେଦରଲାଣ୍ତ । ନିଜ ପାଖେ ୬୧୨.୪୫ ଟନ ସୁନା ଗଚ୍ଛିତ ରଖିଛି ନେଦରଲାଣ୍ତ ।

ତେବେ କାହିଁକି ସୁନା ଗଚ୍ଛିତ ରଖନ୍ତି ଦେଶ .. ଆସନ୍ତୁ ଜାଣିବା ..

ପ୍ରାୟ ସମସ୍ତ ଦେଶ କିଛି ନା କିଛି ସୁନା ଗଚ୍ଛିତ ରଖି ଥାଆନ୍ତି । ତେବେ ସୁନା ରଖିବାର କେବଳ ଯେ ଗୋଟିଏ କାରଣ ଥାଏ ତାହା ନୁହେଁ, ବହୁ କାରଣ ପାଇଁ ଦେଶମାନେ ସୁନା ରଖି ଥାଆନ୍ତି । ସର୍ବପ୍ରଥମେ, ସୁନା ମୂଲ୍ୟ ପ୍ରାୟ ସବୁବେଳେ ସ୍ଥିର ରହି ଆସିଛି ଏବଂ ଏହା ଏକ ନିର୍ଭରଯୋଗ୍ୟ ଭଣ୍ଡାର ଭାବରେ ପୁରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ । ସୁନାକୁ ନେଇ ଦେଶଗୁଡିକ ନିଜର ଅର୍ଥନୈତିକ ସ୍ଥିରତା ଉପରେ ବିଶ୍ୱାସ ରଖି ପାରନ୍ତି । ଆର୍ଥିକ ଅନିଶ୍ଚିତତା ସମୟରେ ଅନ୍ତର୍ଜାତୀୟ ବଜାରରୁ ଋଣର ଆବଶ୍ୟକ ପଡ଼ିଲେ, ସୁନା ସର୍ବୋକୃଷ୍ଟ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।

ଏହାସହ, ଦେଶର ମୁଦ୍ରା ମୂଲ୍ୟକୁ ସୁନା କିଛି ପରିମାଣରେ ସମର୍ଥନ କରିଥାଏ । ଫୋର୍ବସ୍ ରିପୋର୍ଟ ଅନୁସାରେ, ସୁନା ମାନକ ଆଉ ଏତେ ବ୍ୟବହାରରେ ନଥିଲେ ମଧ୍ୟ କିଛି ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିସାବରେ ନିଜର ଟଙ୍କାର ମାନକ ନିର୍ଧାରିତ କରିଥାଆନ୍ତି । ଏହି ସବୁ କାରଣ ପାଇଁ ସୁନା ନିହାତି ଏକ ଅପରିହାର୍ଯ୍ୟ ବସ୍ତୁ ଭାବେ ବିଶ୍ୱ ବଜାରରେ ଉଦ୍ଭାସିତ ହୋଇଛି ।