• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖାଦ୍ୟ ଖାଉ ଖାଉ ଛାଡ଼ିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ । ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ବିଶେଷ କରି ଯୁବପିଢ଼ିଙ୍କ ଭିତରେ କମ୍‌ ସମୟରେ ଲୋକପ୍ରିୟ ହେବାର ନିଶା ଲାଗିଛି । ଏଥିପାଇଁ ସେମାନେ କୌଣସି ବି ସ୍ତରକୁ ଖସିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜିରେ ଲଗାଇ କିଛି ଭ୍ୟୁ ଓ ଲାଇକ ପଛରେ ଦୌଡୁଛନ୍ତି ଯୁବପିଢ଼ି । ତେବେ ବେଳେ ବେଳେ ଏଥିପାଇଁ ତାଙ୍କୁ ଦେବାକୁ ପଡୁଛି ବହୁ ମୁଲ୍ୟ, ହୁଏତ ନିଜ ଜୀବନ । ଠିକ ଯେପରି ଏହି ୨୪ବର୍ଷୀୟା ଝିଅର କାହାଣୀ, ଯାହାର ସୋସିଆଲ ମିଡିଆ ଫେମଶ ହେବା ନିଶା ଆଜି ତା’ର ଜୀବନ ନେଇଯାଇଛି ।

ଏ ଘଟଣାଟି ଚୀନର । ସେଠାରେ ୨୪ବର୍ଷୀୟା ପ୍ୟାନ୍ ସାଓଟିଙ୍ଗ୍ ବାସ କରନ୍ତି । ବୃତ୍ତିରେ ସେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ । ହେଲେ ଫୁରସତ ପାଇଲେ ସେ ଏକ ସୋସିଆଲ ମିଡିଆ ଆପରେ ମୁକବ୍ୟାଙ୍ଗ ଲାଇଭଷ୍ଟ୍ରିମ କରନ୍ତି । ମୁକବ୍ୟାଙ୍ଗର ଅର୍ଥ ଭିଡିଓ କରୁଥିବା ବ୍ୟକ୍ତି କ୍ୟାମେରା ଆଗରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଲୋକଙ୍କୁ ମନୋରଞ୍ଜନ କରିବ। ଯାହା ପ୍ୟାନଙ୍କ ନିଶା ପାଲଟି ଯାଇଥିଲା । ଏପରିକି ସେ ନିଜ ଚାକିରି ଛାଡି ପୁରା ସମୟ ଏହି କାମ କରିବା ଆରମ୍ଭ କରିଥିଲେ । ଏଥିରୁ ସେ ଭଲ ଟଙ୍କା ରୋଜଗାର କରୁଥିଲେ । ସବସ୍କ୍ରାଇବରଙ୍କ ଅଧିକ ମନୋରଞ୍ଚନ ପାଇଁ ପ୍ୟାନ ଖାଦ୍ୟ ଚ୍ୟାଲେଞ୍ଜ କରୁଥିଲେ । ଅର୍ଥାତ ଆବଶ୍ୟକତା ଠାରୁ ଅଧିକ ଖାଉଥିଲେ । ଗୋଟିଏ ଭିଡିଓରେ ସେ ପାଖାପାଖି ୧୦ କେଜି ପର୍ଯ୍ୟନ୍ତ ଖାଦ୍ୟ ଖାଉଥିଲେ । ଏଥିପାଇଁ ତାଙ୍କୁ ଗୋଟିଏ ଦିନରେ ୧୦ ଘଣ୍ଟା ପର୍ଯ୍ୟନ୍ତ ଖାଇବାକୁ ପଡୁଥିଲା । ଫଳରେ ୨୪ ବର୍ଷ ବୟସରେ ତାଙ୍କ ଓଜନ ୩୦୦ କେଜିରେ ପହଞ୍ଚିଯାଇଥିଲା ।

ତେବେ ପ୍ୟାନଙ୍କ ଏପରି ହରକତ ଦେଖି ଘରଲୋକ ତାଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରୁଥିଲେ ମଧ୍ୟ ସେ ତାଙ୍କ କଥା ଶୁଣୁ ନ ଥିଲେ । ଏବଂ କ୍ରମାଗତ ଭାବେ ଏପରି ଚ୍ୟାଲେଞ୍ଜ ଭିଡିଓ ତିଆରି କରୁଥିଲେ। ତେବେ ଜୁଲାଇ ୧୪ ତାରିଖ ଦିନ ମଧ୍ୟ ମୁକବ୍ୟାଙ୍ଗ୍ ଲାଇଭଷ୍ଟ୍ରିମ କରୁଥିଲେ ପ୍ୟାନ । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖୁଥିଲେ । ହେଲେ ସେଦିନ ଏହି ଅଧିକ ଖାଇବା ପ୍ୟାନଙ୍କୁ ଭାରି ପଡିଗଲା । ଖାଇବା ସମୟରେ ହଠାତ ସେ ବେହୋସ ହୋଇପଡିଲେ। ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ବଞ୍ଚି ପାରିନଥିଲେ ପ୍ୟାନ । ତେବେ ଚୀନର ଏକ ଖବରବାହକ ସଂସ୍ଥା ଅନୁଯାୟୀ ତାଙ୍କ ପେଟ ହଜମ ନ ହୋଇଥିବା ଖାଦ୍ୟରେ ପରିପୂର୍ଣ୍ଣ ଥିଲା ଏବଂ ତଳି ପେଟଟି ପାଖାପାଖି ଅକାମୀ ହୋଇଯାଇଥିଲା।

କଥାରେ ଅଛି ଅତି ଲେମ୍ୱୁ ଚିପୁଡିଲେ ପିତା। କୌଣସି ବି ଜିନଷ ଆବଶ୍ୟକତା ଠାରୁ ଅଧିକ କଲେ ଏହା ପ୍ରାଣଘାତୀ ହୋଇପାରେ । ଯାହା ପ୍ୟାନଙ୍କ କ୍ଷେତ୍ରରେ ଘଟିଲା । ସୋସିଆଲ ମିଡିଆରେ ଫେମସ ହେବା ନିଶା ଆଜି ତାଙ୍କୁ ମୃତ୍ୟୁମୁଖକୁ ଠେଲିଦେଲା ।

OTV is now on Whatsapp

Join and get latest news update delivered to you via whatsapp

Join Now