Advertisment

ମରୋକ୍କୋରେ ଭୂକଂପର ତାଣ୍ଡବଲୀଳା; ମୃତ୍ୟୁସଂଖ୍ୟା ୨ ହଜାର ପାର୍

ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି ।

author-image
Manoranjan Behera
Earthquake in Morocco

Earthquake in Morocco

ମରୋକ୍କୋରେ ଶକ୍ତିଶାଳୀ ଭୂକଂପର ତାଣ୍ଡବଲୀଳା । ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ହଜାର ହଜାର ଲୋକେ ଆହତ ହୋଇଥିବା ବେଳେ ୨ ହଜାରରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

Advertisment

ଏତେ ପରିମାଣର ଜୀବନ ଯିବା ପରେ ମରକୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶୁକ୍ରବାର ରାତିରେ ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା ଭୂକମ୍ପ । ଗୋଟି ଗୋଟି ଧରି ତାସ୍ ଘର ଭଳି ଗଳି ପଡିଥିଲା ଏକାଧିକ କୋଠା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୬ ଦଶମିକ ୮ ।

ସ୍ଥାନୀୟ ସମୟ ରାତି ପ୍ରାୟ ୧୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମରୋକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଝଟକା ପରେ ରାବତ ଠାରୁ ଆରମ୍ଭ କରି ଐତିହାସିକ ମାରାକେଚ ଯାଏ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଦୌଡ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଭୂକମ୍ପରେ କେବଳ ମରୋକ୍କୋବାସୀ ନୁହନ୍ତି, ବିଦେଶ ନାଗରିକ ମଧ୍ୟ ଜୀବନ ହରାଇଛନ୍ତି। କାରଣ ରାବତ ଓ ମାରାକେଚ୍‌ରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ଏବେ ମଧ୍ୟ ସେଠାକାର ଅଧିକାଂଶ ପ୍ରତିଷ୍ଠାନରେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥିଲା। ଏତିକି ବେଳେ ହିଁ ଭୂକମ୍ପ ସବୁ କିଛି ଛିନଛତ୍ର କରି ଦେଇଛି।

ଭୂକମ୍ପ ପରେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଟେଲିଫୋନ୍‌ ଲାଇନ୍ କଟି ଯାଇଛି। ତେଣୁ ଏକାଧିକ ଅଞ୍ଚଳ ସହ ଯୋଗାଯୋଗ ହୋଇପାରୁନି। ସେହିପରି କେଉଁ ସବୁ ଅଞ୍ଚଳ ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି, ତା’ର ମଧ୍ୟ ସଠିକ ସୂଚନା ମିଳିନି। ମରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ବି ଭୂମିକମ୍ପ ଅନୁଭୂତ ହୋଇଛି।

Morocco Earthquake
Advertisment
Advertisment