Advertisment

ମଙ୍କିପକ୍ସକୁ ନେଇ କେନ୍ଦ୍ରର ସତର୍କ ସୂଚନା; ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ମଙ୍କିପକ୍ସ ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Monkeypox outbreak: Govt alerts NCDC, ICMR to close watch, send samples to NIV. See details here

Monkeypox outbreak: Govt alerts NCDC, ICMR to close watch, send samples to NIV. See details here

ମଙ୍କିପକ୍ସ ନେଇ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଏବଂ ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚକୁ ସତର୍କ କରାଇଲେ କେନ୍ଦ୍ର ସରକାର । ଏହି ରୋଗ ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ସରକାର କହିଛନ୍ତି । କିଛି ଲକ୍ଷଣ ଦେଖାଗଲେ, ସାଙ୍ଗେ ସାଙ୍ଗେ ପୁଣେର ନ୍ୟାସନାଲ ଇନଷ୍ଟିଟ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କହିଛନ୍ତି ।

Advertisment

ମଙ୍କିପକ୍ସ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ଏହି ରୋଗକୁ ନେଇ ୟୁରୋପ ଓ ଉତ୍ତର ଆମେରିକାରେ ଆତଙ୍କ ଖେଳି ଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ଏକ ଜରୁରୀ ବୈଠକ ଡାକିଛନ୍ତି । ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ, ଜର୍ମାନୀ, ଇଟାଲି, ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆରେ ମଙ୍କି ପକ୍ସ ଅଧିକ ପରିମାଣରେ ବ୍ୟାପିଛି ।

ମଙ୍କିପକ୍ସ କେତେ ମାରାତ୍ମକ ଓ ସଂକ୍ରାମକ, ଏନେଇ ଅଧିକ ଗବେଷଣା ଚାଲୁଥିବା ବେଳେ ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସି(UKHSA) ଏହା ବିପଜ୍ଜନକ ନୁହେଁ ବୋଲି କହିଛନ୍ତି । ଉତ୍ତର ଆମେରିକା ଏବଂ ୟୁରୋପର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମେ ମାସ ଆରମ୍ଭରୁ ମଙ୍କିପକ୍ସରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିସାରିଛନ୍ତି । ଯାହା ବର୍ତ୍ତମାନ ପାଶ୍ଚାତ୍ୟ ଦେଶ ବ୍ୟାପିବାରେ ଲାଗିଛି।

Advertisment
Monkeypox
Advertisment
Advertisment