/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661505002.jpg)
Monitor Lizard
ଜୀବନରେ ମନୋରଞ୍ଜନର ତଡ଼କା ଲଗାଏ ସୋସିଆଲ ମିଡିଆ । ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ । କିଛି ଭଲ ଘଟଣା ହେଉ ବା ଖରାପ, ତାହା ୟୁଜର୍ସମାନେ ଏଠାରେ ଖୁଲମ ଖୁଲା ବୟାନ କରିଥାନ୍ତି । ଭଲ ହୋଇଥିଲେ ଲୋକେ ସ୍ୱାଗତ କରନ୍ତି ଓ ଖରାପ ହୋଇଥିଲେ ତିରସ୍କାର କରନ୍ତି ।
ସୋସିଆଲ ମିଡିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସେୟାର କରାଯାଏ, ଯାହା ଖୁବ୍ କମ୍ ସମୟ ମଧ୍ୟରେ ନିଆଁ ଭଳି ଖେଳିଯାଏ । ପଶୁପକ୍ଷୀଙ୍କର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କୁସ୍ତି ଖେଳ ମଣିଷ ଖେଳନ୍ତି ବୋଲି ସଭିଏଁ ଜାଣନ୍ତି, କିନ୍ତୁ କେବେ ଦେଖିଛନ୍ତି କି ଗୋଧି କୁସ୍ତି ଲଢିବାର । ବର୍ତ୍ତମାନ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠିରେ ଦୁଇଟି ବିରାଚକାୟ ଗୋଧି ରାସ୍ତା ମଝିରେ କୁସ୍ତି ଲଢ଼ୁଛନ୍ତି । ଭାଇରାଲ ଭିଡିଓଟି ଥାଇଲାଣ୍ତ ସହରର ବୋଲି କୁହଯାଉଛି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଟି ଗୋଧି ବିଚ୍ ରାସ୍ତାରେ ପରସ୍ପରକୁ କୁଣ୍ଢାଇ କୁସ୍ତି ଲଢ଼ୁଛନ୍ତି । ଯାହାଫଳରେ ୩୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେଠାରେ ଉପସ୍ଥିତ ଥିବା ଜଣେ କାର୍ ଡ୍ରାଇଭର କହିଛନ୍ତି ଯେ, ‘ମୁଁ ପ୍ରଥମେ ସେହି ଦୁଇ ଗୋଧିଙ୍କୁ ବୟଫ୍ରେଣ୍ତ ଓ ଗାର୍ଲଫ୍ରେଣ୍ତ ଭାବିଥିଲି, କିନ୍ତୁ ଶେଷରେ ଜାଣିପାରିଲି କି ସେମାନେ ଝଗଡ଼ା ହେଉଛନ୍ତି’ ।
ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ ପେଜ୍ରେ ସେୟାର କରାଯାଇଥିଲା । ଏହାକୁ ବର୍ତ୍ତମାନ ଯାଏଁ ୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଓ ହଜାର ହଜାର କମେଣ୍ଟ ମଧ୍ୟ ଆସିଛି । ସେଥିମଧ୍ୟରୁ ଜଣେ ୟୁଜର୍ସ କହିଛନ୍ତି ଯେ, ଫାଇଟ୍ଟି ଦମଦାର ହେଉ ଏବଂ ଜଣେ ବିଜୟୀ ହେଉ । ଆଉ କେହି କମେଣ୍ଟ କରୁଛନ୍ତି ଯେ, ସେମାନଙ୍କ ଝଗଡ଼ା ମଧ୍ୟରେ ଜଣେ ରେଫରି ରେଫ୍ରିଂ କରୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)