• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଦୁବାଇରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ 'ମିସ୍ ୟୁନିଭର୍ସ ୟୁଏଇ' ପ୍ରତିଯୋଗିତା

  • ଭାଗ ନେଇପାରିବେ ଭାରତୀୟ ଯୁବତୀ

  • ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଓ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଘୋଷଣା

ଦୁବାଇ : ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୭ରୁ ଏହି ପ୍ରତିଯୋଦିତାର ଆବେଦନ ଓ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆବେଦନକାରୀ ମାନେ କେବଳ ଅଫିସିଆଲ୍ ୱେବସାଇଟ୍‌ ମାଧ୍ୟମରେ ହିଁ ଅନଲାଇନ୍ ପଞ୍ଜୀକରଣ କରିପାରିବେ ।

ପ୍ରତିଯୋଗିତାରେ କିଏ କିଏ ଅଂଶଗ୍ରହଣ କରିପାରିବେ ?

ଏହି ପ୍ରତିଯୋଗିତାରେ କେବଳ ୧୮ରୁ ୨୦ ବର୍ଷର ୟୁଏଇ ନିବାସୀ ଝିଅମାନଙ୍କ ସହ ଭାରତୀୟ ଯୁବତୀମାନେ ମଧ୍ୟ ଏହାର ରେଜିଷ୍ଟେସନ୍‌ କରିପାରିବେ । ମନୋନୀତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ଏକ କଲ୍‌ ମାଧ୍ୟରେ କାଷ୍ଟିଂ ପାଇଁ ଅକ୍ଟୋବର ୧୫ ତାରିଖରେ ‘ଅଲ ହାବଟୋର ପ୍ୟାଲେସ’ (Al Habtoor Palace) ହୋଟେଲ୍‌କୁ ଆସିବା ପାଇଁ ଡକାଯିବ । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଚୟନ କରାଯାଇଥିବା ୨୦ ଅକ୍ଟୋବରରେ ସେମାନଙ୍କ ନାମକୁ ଘଷଣା କରାଯିବ । ଯେଉଁମାନେ ପ୍ରତିଯୋଗିତାର ଲାଇଭ୍ ସୋ ରେ ଅଂଶଗ୍ରହଣ କରିପାରିବେ ।

ଇସ୍ରାଏଲରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା

୨୦୨୧ ନଭେମ୍ୱର ୭ ତାରିଖରେ ଅଲ୍‌ ହବତୁର ସହରର ଲା ପାର୍ଲେ (La Perle) ଠାରେ ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ କରାଯିବ । ତିନି ଘଣ୍ଟିଆ ଏହି ଲାଇଭ୍ ଇଭେଣ୍ଟରେ ଏକାଧିକ ରାଉଣ୍ଡର ଆୟୋଜନ କରାଯିବ । ଏହି ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ମିସ୍ ୟୁନିଭର୍ସ ୟୁଏଇର ବିଜେତା ପ୍ରଦର୍ଶନ କରିବେ । ବର୍ତ୍ତମାନର ଏସିଆର ମିସ୍ ୟୁନିଭର୍ସ ହେଉଛନ୍ତି ମ୍ୟାକ୍ସିକୋର ଆଣ୍ଡ୍ରିଆ ମେଜା (Andrea Meza) । ଏହି ପ୍ରତିଯୋଗିତାର ୬୯ ତମ ସଂସ୍କରଣ ମେ ମାସରେ ଫ୍ଲୋରିଡାଠାରେ ଅନୁଷ୍ଠିତ ହୋଇଥିଲା ।

୧୯୫୨ ମସିହାରେ ମିସ୍ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାର ଆରମ୍ଭ ହୋଇଥିଲା । ଯାହା ବିଶ୍ୱର ସବୁଠୁ ବଡ ସୁନ୍ଦରୀ ପ୍ରତିଯୋଗିତା ଥିଲା । ଡିସେମ୍ବର ମାସରେ ଇସ୍ରାଏଲର ଦକ୍ଷିଣ ସହର ଇଲାଟରେ ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଅନୁଷ୍ଠିତ କରାଯିବ । ଯାହାକୁ ପୁଣି ଥରେ ଷ୍ଟିଭ୍ ହାର୍ ହୋଷ୍ଟ କରିବେ । ତିନି ଘଣ୍ଟିଆ ଏହି କାର୍ଯ୍ୟକ୍ରମକୁ ଆମେରିକାର ଏକ ଟିଭି ଚ୍ୟାନେଲ୍‌ ‘ଫାକ୍ସ’ରେ ସିଧା ପ୍ରସାରଣ କରାଯିବ । ଏହାଛଡା ଅନ୍ୟ ୧୮୦ ଟି ଦେଶରେ ମଧ୍ୟ ଏହି ସୋ’ ପ୍ରସାରଣ କରାଯିବ ।