• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମେକ୍ସିକୋରେ ଆଖିବୁଜା ଗୁଳିମାଡ଼(Firing) । କାନାଡା ପରେ ବର୍ତ୍ତମାନ ମେକ୍ସିକୋରେ ମଧ୍ୟ ଏକ ଭୟଙ୍କର ଗୁଳିମାଡ଼ ହେଉଥିବା ଖବର ଆସିଛି । ବୁଧବାର ଦିନ ମେକ୍ସିକୋର ସାନ୍ ମେଗୁଲ ସ୍ଥିତ ସିଟି ହଲରେ (Southwest Mexico's City Hall) ଗୁଳିମାଡ଼ ହୋଇଛି । ଏଥିରେ ମେୟରଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ହଠାତ୍ ବୁଧବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଗୁରେରା ରାଜ୍ୟର ସେନ୍‌ ମିଗୁଏଲ୍‌ ଲୋଲୋଲାପାନର ସିଟି ହଲରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ଜୀବନ ଚାଲିଯାଇଥିଲା । ଆଉ ଆଠ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପ୍ରାଣ ହରାଇଛନ୍ତି । ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ମେୟର କାନରାଡୋ ମେଣ୍ଡୋଜା, ତାଙ୍କ ବାପା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା ଏବଂ କିଛି ପୋଲିସ କର୍ମଚାରୀ  ।

ଗୁଳିମାଡ଼ ସମ୍ପର୍କୀତ ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଫଟୋରେ କାନ୍ଥରେ ମଧ୍ୟ ବୁଲେଟ୍ ଚିହ୍ନ ଦୃଶ୍ୟମାନ ହେଉଛି । ଦୁର୍ବୃତ୍ତ ଜଣକ କାନ୍ଥରେ ପ୍ରାୟ ୩୦-୩୫ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ଏଥିସହ ଅନ୍ୟ ଫଟୋରେ ଅଭିଯୁକ୍ତ ନଜର ଆସୁଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି । ଏଭଳି ଆଖିବୁଜା ଗୁଳିମାଡ଼ ଘଟଣାରେ ଆମେରିକା ସରକାର ସବୁଠାରୁ ଅଧିକ ଚିନ୍ତାରେ ପଡିଛନ୍ତି । କୌଣସି ମାସ ଏପରି ନାହିଁ, ଯେବେ ଏଠାରେ ଗୁଳିମାଡ଼ ହୁଏନାହିଁ । ଅକ୍ଟୋବର ୩ରେ ନ୍ୟୁୟର୍କର ବ୍ରୋନକ୍ସ ଷ୍ଟ୍ରିଟରେ ରାତି ପ୍ରାୟ ୧୧ଟା ସମୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ୧୫ ବର୍ଷର ଛାତ୍ର ଆହତ ହୋଇଥିଲେ । ଏହା ପୂର୍ବରୁ ଆମେରିକାରେ ଅନେକ ବଡ଼ ଧରଣର ଗୁଳି ବିନିମୟ ଘଟିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ।