Advertisment

ଇଏ ଟାଟା କି ଅମ୍ବାନୀ ନୁହଁନ୍ତି ! କିନ୍ତୁ ରଖିଛନ୍ତି ୨୧ ହେଲିକପ୍ଟର, ୪ ଯୁଦ୍ଧ ଜାହାଜ, ୩ ଶହ ଦାମୀ କାର୍

ରାଜାଙ୍କର ହଜାର ହଜାର ଏକର ଜମି ରହିଛି, ଯେଉଁଥିରେ ଅନେକ କମ୍ପାନୀ ଛିଡ଼ା ହୋଇଛି । ଏହାସହିତ କିଛି ଜମିରେ ଭଡ଼ାଟିଆ ମଧ୍ୟ ରୁହନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
King of Thailand Maha Vajiralongkorn

King

ଦୁନିଆର ସବୁଠାରୁ ଧନୀ ରାଜା, ଯାହାର କେବଳ ଅପାର ସମ୍ପତ୍ତି ଅଛି ତାହା ନୁହେଁ ବରଂ ବହୁ ସଂଖ୍ୟକ ବିମାନ ଏବଂ ଶହ ଶହ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି । ଏହି ରାଜାଙ୍କ ନାମ ହେଉଛି ରାଜା ମହା ବଜିରାଲୋଙ୍ଗକର୍ଣ୍ଣ । ଥାଇଲ୍ୟାଣ୍ଡବାସୀ ତାଙ୍କୁ ରାଜା ରାମା X ଭାବେ ଜାଣନ୍ତି । ଥାଇଲ୍ୟାଣ୍ଡର ରାଜା ହେବା ପରେ ସେ ବିଶ୍ୱର ସବୁଠାରୁ ଧନୀ ରାଜା ତାଲିକାରେ ଅନ୍ତର୍ଭୁକ୍ତ ହେଲେ । ତାଙ୍କ ପାଖରେ ହୀରା ଏବଂ ରତ୍ନର ଏକ ଚମତ୍କାର କଲେକ୍ସନ ମଧ୍ୟ ରହିଛି ।

Advertisment

ଏକ ରିପୋର୍ଟ ଅନୁଯାୟୀ, କିଙ୍ଗ ରାମାଙ୍କ ସମ୍ପତ୍ତି ମୂଲ୍ୟ ୩.୨ ଲକ୍ଷ କୋଟି ଟଙ୍କା ହେବ । କିଙ୍ଗ ରାମାଙ୍କର ଅଧିକାଂଶ ସମ୍ପତ୍ତି କ୍ରାଉନ୍ ପ୍ରପର୍ଟି ବ୍ୟୁରୋରେ ରଖାଯାଇଛି । ରାଜାଙ୍କର ହଜାର ହଜାର ଏକର ଜମି ରହିଛି, ଯେଉଁଥିରେ ଅନେକ କମ୍ପାନୀ ଛିଡ଼ା ହୋଇଛି । ଏହାସହିତ କିଛି ଜମିରେ ଭଡ଼ାଟିଆ ମଧ୍ୟ ରୁହନ୍ତି ।

୧୬ ହଜାର ଏକରରୁ ଅଧିକ ଜମି

ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ରାଜାଙ୍କର ୬ ହଜାର ୫୬୦ ହେକ୍ଟର ଅର୍ଥାତ୍ ୧୬ ହଜାର ୨୧୦ ଏକର ଜମି ରହିଛି । ଏହି ଜମିରେ ସାରା ଦେଶର ବିଭିନ୍ନ ଅଞ୍ଚଳରେ ୪୦ ହଜାରରୁ ଅଧିକ ଭଡ଼ାଟିଆ ଚୁକ୍ତି ହୋଇଛି । ଏହାର ଅର୍ଥ ହେଉଛି, ଏହି ଜମିକୁ ଭଡ଼ାରେ ନେଇ ଅନେକ କମ୍ପାନୀ ଛିଡ଼ା ହୋଇଛି । କେବଳ ରାଜଧାନୀ କଥା ଯଦି କହିବା ତେବେ ଏଠାରେ ୧୭ ହଜାରରୁ ଅଧିକ ଭଡ଼ାଟିଆ ଜମି ଭଡ଼ା ପାଇଁ ଚୁକ୍ତି କରିଛନ୍ତି ।

Advertisment

ଏହି ସମସ୍ତ ସମ୍ପତ୍ତି କ୍ରାଉନ୍ ପ୍ରପର୍ଟି ବ୍ୟୁରୋ ଅଧୀନରେ ରହିଛି, ଯାହାକୁ ରାଜା ୨୦୧୭ ରେ ନିଜ ଅଧୀନରେ ରଖିଥିଲେ । ରାଜାଙ୍କ ବ୍ୟକ୍ତିଗତ ସଚିବ ଏୟାର ଚିଫ୍ ମାର୍ଶଲ ସତ୍ୟପଙ୍ଗ ସୁକୱିମୋଲଙ୍କୁ ୨୦୧୭ ରେ କ୍ରାଉନ୍ ପ୍ରପର୍ଟି ବ୍ୟୁରୋର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା । କେବଳ ବ୍ୟାଙ୍କକ୍‌ରେ, କ୍ରାଉନ୍ ପ୍ରପର୍ଟି ବ୍ୟୁରୋର ୧୩ ଶହ ୨୮ ହେକ୍ଟର ଜମି ରହିଛି । ଯେଉଁଥିରେ କିଛି ପ୍ରମୁଖ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ଚାଲିଛି ।

ରାଜାଙ୍କ ପାଖରେ ପ୍ରଚୁର ରତ୍ନ ରହିଛି

ଥାଇଲ୍ୟାଣ୍ଡର ମୁକୁଟରେ ଲାଗିଥିବା ରତ୍ନରେ ୫୪୫.୬୭ କ୍ୟାରେଟ୍‌ର ବ୍ରାଉନ୍ ଗୋଲଡେନ୍ ଜୁବୁଲି ହୀରା ଲାଗିଛି । ଯାହାକୁ ଦୁନିଆର ବିରଳ ହୀରା ଭାବେ ଗଣାଯାଇଥାଏ । ଜୁଏଲରୀ ୱେବସାଇଟ୍ ଡାଇମଣ୍ଡ ଅଥରିଟି ଏହାର ମୂଲ୍ୟ ୧୨ ମିଲିୟନ୍ ଡଲାର୍ ବୋଲି ଆକଳନ କରିଛି । ଅନ୍ୟପଟେ ରାଜାଙ୍କୁ ୫ଟି ଏମିତି ଉପହାର ମିଳିଥିଲା ଯାହା ମୂଲ୍ୟ ଆକଳନ କରିବା ବି କଷ୍ଟକର ଥିଲା । ଏହି ଉପହାର ଗୁଡ଼ିକରେ ରହିଛି ୭.୩ କିଲୋଗ୍ରାମର ସୁନା ମୁକୁଟ । ଯେଉଁଥିରେ ଖଞ୍ଜାଯାଇଛି ଅନେକ ରତ୍ନ । ଆମ ପାଇଁ ସବୁଠାରୁ ବଡ଼ କଥା ହେଲା, ଏହି ମୁକୁଟରେ ଏମିତି ଏକ ଦୁର୍ମୁଲ୍ୟ ହୀରା ଖଣ୍ଡ ଖଞ୍ଜାଯାଇଛି, ଯାହା କି ଭାରତର ପଶ୍ଚିମବଙ୍ଗରୁ ଯାଇଛି । ଏହା ବ୍ୟତୀତ ତାଙ୍କ ଭଣ୍ଡାରରେ ପ୍ରଚୁର ରତ୍ନ ଏବଂ ସୁନା ଗଚ୍ଛିତ ରହିଛି ।

୩୮ ଏୟାରକ୍ରାଫ୍ଟ, ଯୁଦ୍ଧ ବିମାନ, ୩୦୦ ଦାମୀ କାର

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି, ରାଜାଙ୍କର ମୋଟ ୩୮ଟି ଏୟାରକ୍ରାଫ୍ଟ ରହିଛି । ଏହା ସହିତ ଅନେକ ହେଲିକପ୍ଟର ମଧ୍ୟ ଅଛି । ଏଥିରେ ଚାରୋଟି ବୋଇଙ୍ଗ ଏବଂ ତିନୋଟି ଏୟାରବସ୍ ବାଣିଜ୍ୟିକ ବିମାନ, ତିନୋଟି ସୁଖୋଇ ସୁପରଜେଟ୍ ୧୦୦, ଚାରିଟି ନର୍ଥ୍ରୋପ୍ F5-E ହାଲୁକା ଯୁଦ୍ଧ ବିମାନ ଏବଂ ୨୧ଟି ହେଲିକପ୍ଟର ରହିଛି । ଏଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଇନ୍ଧନ ଖର୍ଚ୍ଚ ପ୍ରାୟ ୬୪ ମିଲିୟନ୍‌ ଡଲାର । ଖାଲି ସେତିକି ନୁହେଁ ରାଜ ପରିବାର ପାଖରେ ଏସକର୍ଟ ଭାବେ ବ୍ୟବହାର ପାଇଁ ୩୦୦ ବିଳାସପୂର୍ଣ୍ଣ କାର କଲେକ୍ସନ୍‌ ରହିଛି ।

ଚାରୋଟି ବିବାହ କରିଥିଲେ ରାଜା

କିଙ୍ଗ ରାମା ଏକ୍ସ ଏବେ ସୁଦ୍ଧା ଚାରୋଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ୧୯୭୭ ରେ ଏକ ସମ୍ପର୍କୀୟ ରାଜକୁମାରୀ ସୋମସାବଲି କିତିୟାକାରାଙ୍କ ସହ ହୋଇଥିଲା। ଏହାର ୧୬ ବର୍ଷ ପରେ, ସେ ଥାଇ ଫିଲ୍ମ ହିରୋଇନ୍‌ ସୁଜରିନ ଭିଭାଚାରାଓନ୍ସଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ମଧ୍ୟରେ ଛାଡପତ୍ର ହୋଇଥିଲା। ଏହା ପରେ ଆଉ ଦୁଇଟି ବିବାହ ମଧ୍ୟ କରିଛନ୍ତି ରାଜା ରାମା ଏକ୍ସ ।

Advertisment
Advertisment