Advertisment

ଜନସାଧାରଣଙ୍କ ବିରୋଧ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ

ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା । ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା

ଅଦ୍ୟତନ ହୋଇଛି
Shinzo Abe Funeral

Shinzo Abe Funeral

Advertisment

ହତ୍ୟାର ୩ ମାସ ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଶେଷକୃତ୍ୟ । ଆଉ ତାକୁ ଜାପାନ ଜନସାଧାରଣଙ୍କ ବିରୋଧ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଆଜି ଅନ୍ତିମ ସଂସ୍କାର ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ୧୯୫ ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହୋଇଥିଲେ । ତେବେ ଆବେଙ୍କ ଅନ୍ତ୍ୟେଷ୍ଟିକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ନବାଓ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯିବାକୁ ନାପସନ୍ଦ କରିଛନ୍ତି ଜାପାସୀ । ଶିଞ୍ଜୋ ଜାପାନରେ ବେଶ ଲୋକପ୍ରିୟ ଥିଲେ ମଧ୍ୟ ତାଙ୍କ ପ୍ରତି ଜାପାନବାସୀଙ୍କ ଶ୍ରଦ୍ଧା କାହିଁକି ହ୍ରାସ ପାଇଛି ।

Advertisment

ଗଲା ଜୁଲାଇ ମାସରେ ନିର୍ବାଚନୀ ରାଲିରେ ଉଦବୋଧନ ଦେଉଥିବା ବେଳେ ଆତତାୟୀ ଗୁଳିର ଶିକାର ହୋଇଥିଲେ ଆବେ । ମୃତ୍ୟୁର ପ୍ରାୟ ୩ ମାସ ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ୧୯୫ ଦେଶର ପ୍ରତିନିଧି ତାଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓ ପହଞ୍ଚି ଭାରତର ପରମ ମିତ୍ର ଆବେଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଆବେଙ୍କ ସମୟରେ ଭାରତ-ଜାପାନ ଦ୍ୱିପାକ୍ଷିକ ସଂପର୍କରେ ନିବିଡ଼ତା ଶୀର୍ଷରେ ପହଞ୍ଚିଥିଲା। ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନକୌଶଳ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ଜାପାନ ଭାରତକୁ ବିପୁଳ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦେଇଥିଲା। ଭାରତବାସୀଙ୍କ ତରଫରୁ ସେ ଶିଞ୍ଜୋଙ୍କୁ ଶେଷ ସମ୍ମାନ ଜଣାଇବାକୁ ଯାଉଥିବା ଗତକାଲି ଟୋକିଓ ଯିବା ପୂର୍ବରୁ ଟୁଇଟ୍ କରିଥିଲେ ପ୍ରଧାନମନ୍ତ୍ରୀ।

ଶିଞ୍ଜୋଙ୍କ ଅନ୍ତ୍ୟେଷ୍ଟିକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାପାନବାସୀ। ଦେଶର ଦ୍ୱିତୀୟ ରାଜନେତା ଭାବେ ଶିଞ୍ଜୋଙ୍କ ଅନ୍ତ୍ୟେଷ୍ଟିକୁ ରାଷ୍ଟୀୟ ମର୍ଯ୍ୟାଦା ଦିଆଯାଇଥିବା ବେଳେ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚକୁ ବିରୋଧ କରିଛନ୍ତି ଜାପାନବାସୀ। ଚର୍ଚ୍ଚା ହେଉଛି ଯେ, ତାଙ୍କର ଶେଷକୃତ୍ୟରେ ଖର୍ଚ୍ଚ ହେବ ୧.୭ ବିଲିୟନ ୟେନ୍ ବା ପ୍ରାୟ ୯୬ କୋଟି ଟଙ୍କା। ଏହା ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ଖର୍ଚ୍ଚ ଠାରୁ ମଧ୍ୟ ଅଧିକ। କରଦାତାଙ୍କ ଅର୍ଥକୁ ଏଭଳି ଖର୍ଚ୍ଚ କରାଯିବାର ଔଚିତ୍ କଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Advertisment

ଏମିତିକି ସିଞ୍ଜୋଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପ୍ରତିବାଦରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦକ୍ଷିଣ କୋରିଆର ଏକ ଧାର୍ମିକ ଗୋଷ୍ଠୀ ୟୁନିଫିକେସନ ଚର୍ଚ୍ଚ ସହ ଆବେଙ୍କ ନିବିଡ଼ ସଂପର୍କକୁ ଜାପାନବାସୀ ଗ୍ରହଣ କରିପାରୁନାହାନ୍ତି। ଶିଞ୍ଜୋଙ୍କ ହତ୍ୟାକାରୀ ତେତ୍ସୁୟା ୟାମାଗାମି ମଧ୍ୟ ୟୁନିଫିକେସନ୍ ଚର୍ଚ୍ଚ ସହ ଆବେଙ୍କ ସଂପର୍କକୁ ନେଇ କ୍ଷୁବ୍ଧ ଥିଲା । ଖାସ୍ କରି ନିଜ ମାଆ ୟୁନିଫିକେସନ ଚର୍ଚ୍ଚକୁ ବିପୁଳ ପରିମାଣର ଡୋନେସନ୍ ଦେଇ ଦେବାରୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇପଡିଥିଲା। ଫଳରେ ୟାମାଗାମି କଲେଜ୍ ଶିକ୍ଷାରୁ ବି ବଞ୍ଚିତ ହୋଇଥିବା କୁହାଯାଉଛି। ଯାହା ତାକୁ କ୍ରୋଧାନ୍ୱିତ କରିଥିଲା ଓ ସେଇ କାରଣକୁ ନେଇ ସେ ଶିଞ୍ଜୋଙ୍କୁ ହତ୍ୟା କରିଥିଲା । ଅବଶ୍ୟ ଶିଞ୍ଜୋ ନୁହନ୍ତି, ଚର୍ଚ୍ଚ ୟୁନିଫିକେସନ ଲିଡର୍ ତା ଟାର୍ଗେଟରେ ଥିଲେ ବୋଲି ତଦନ୍ତରୁ ସୂଚନା ମିଳିଛି।

ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା। ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା। ସେହିପରି ଚୀନ ଓ ଉତ୍ତର କୋରିଆ ସହ ବିବାଦ ଭିତରେ ଅନ୍ତର୍ଜାତୀୟ ସମୁଦାୟ ସହ ସଂପର୍କ ନିବିଡ଼ କରିବାରେ ଆବେ ସଫଳ ହୋଇଥିଲେ ତାଙ୍କରି ଉଦ୍ୟମ ଯୋଗୁ ହିଁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ କ୍ୱାଡ୍ ମେଣ୍ଟ ଗଠନ ହୋଇପାରିଥିଲା। ନିଜ ରାଜନୈତିକ କ୍ୟାରିୟରରେ ବିପୁଳ ସଫଳତା ସତ୍ତ୍ୱେ ଧାର୍ମିକ ସଂଗଠନ ୟୁନିଫିକେସନ ଚର୍ଚ୍ଚ ସହ ଘନିଷ୍ଠତା ତାଙ୍କୁ ଶେଷରେ ଜାପାନବାସୀଙ୍କ ପାଇଁ ଆଣ୍ଟି ହିରୋ ସଜାଇ ଦେଇଛି।

Advertisment
Japan Shinzo Abe Massive Protests Ex-PM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ