Advertisment

ଗରିବ ହେଉଛନ୍ତି କୋଟିପତି ଜୁକରବର୍ଗ, ସମ୍ପତ୍ତିର ମୂଲ୍ୟ ବର୍ଷକରେ ୬୧% ଖସିଲା

ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍‌ ଦେଉନି। ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।

ଅଦ୍ୟତନ ହୋଇଛି
Facebook CEO Mark Zuckerberg

Mark Zuckerberg lost 61% of his wealth

Advertisment

ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍‌ ଦେଉନି। ଷ୍ଟକ ମାର୍କେଟ୍‌ରେ ତାଙ୍କ ସମ୍ପତ୍ତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ୨୦୨୨ ରେ ଜୁକରବର୍ଗ ୭୬.୬ ବିଲିୟନ ଡଲାରର କ୍ଷତି ସହିଛନ୍ତି। ଏହା ତାଙ୍କ ମୂଳ ସମ୍ପତିର ୬୧ ପ୍ରତିଶତ । ଏପରିକି ଗୋଟିଏ ଦିନରେ ତାଙ୍କର ସମ୍ପତ୍ତି ୨୦୭ ବିଲିୟନ ଡଲାର ହ୍ରାସ ପାଇଥିଲା ବୋଲି ବ୍ଲୁମବର୍ଗ ବିଲିୟନାରିସ୍‌ ଇଣ୍ଡେକ୍ସ ପକ୍ଷରୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଚୀନ୍‌ କୋଟିପତିଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ

ଜୁକରବର୍ଗ ଏବେ ବିଶ୍ୱର ୨୩ତମ ଧନୀ ବ୍ୟକ୍ତି ଯାହାଙ୍କ ସମ୍ପତି ୪୮.୯ ବିଲିୟନ ଡଲାର। ଏହା ପୂର୍ବରୁ ଅର୍ଥାତ ୨୦୨୦ ଅଗଷ୍ଟରେ ତାଙ୍କର ସମ୍ପତ୍ତିର ନେଟ ମୂଲ୍ୟ ଥିଲା ୧୦୨ ବିଲିୟନ ଏବଂ ସେ ଥିଲେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି। ବୁଧବାର ୧୦୫.୨୦ ଡଲାରରେ ଟ୍ରେଡିଂ ଆରମ୍ଭ ହେବାର ୧ ଘଣ୍ଟା ପରେ ମେଟା ୧୯ ପ୍ରତିଶତରେ ଥିଲା। ୨୦୨୨ ଜୁଲାଇରୁ ସେପ୍ଟେମ୍ବରରେ ମେଟାର ମୂଲ୍ୟ ୫୨ ପ୍ରତିଶତ ହ୍ରାସ ପାଇ ୪.୪ ବିଲିୟନ ଲାଭରେ ଥିଲା।

Advertisment

ଏ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ‘ଆମେ ଏବେ ବି ପଛରେ ଅଛୁ ଏବଂ ମୁଁ ଭାବୁଛି ଆମେ ରହିବା ଉଚିତ। କିନ୍ତୁ ଆସନ୍ତା ବର୍ଷ ଆମର ସ୍ଥିତିରେ ସୁଧାର ଆସିବ ଏବଂ ରେଭିନ୍ୟୁ ଗ୍ରୋଥ ହେବ। ଦ୍ରୁତ ପ୍ରତିଯୋଗିତା ତଥା ବିଜ୍ଞାପନ ଅଭାବ ଏବଂ ଦୀର୍ଘକାଳୀନ ପୁଞ୍ଜି ନିବେଶ ଆମ ପାଇଁ ଏକ ଚାଲେଞ୍ଜ । ତଥାପି ଆମ ପ୍ରଡକ୍ଟ ଭଲ ଟ୍ରେଣ୍ଡ କରୁଛି। ’ 

Facebook Mark Zuckerberg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ