• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଙ୍କଟ ଭିତରେ ବଢ଼ିଲା ରାଜନୈତିକ ହଟଚମଟ । ଶେଷରେ ପଦ ଛାଡିଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ । ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।

ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ଚନ୍ନା ଜୟସୁମାନା ମଧ୍ୟ ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ଦେଶରେ ପରିସ୍ଥତି ଅଣାୟତ୍ତ ହୋଇପଡ଼ିଛି । ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦ୍ରା ରାଜପାକ୍ଷେଙ୍କ ଇସ୍ତଫାକୁ ନେଇ କଲମ୍ବୋରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଛନ୍ତି ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି ଲୋକେ । ଫଳରେ ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ ଭିତରେ ପୁଟାଲାମ୍ ସାଂସଦଙ୍କ ସହ କଲମ୍ବୋ ମେୟରଙ୍କ ଘରେ ନିଆଁ ଲଗାଇ ଦେଇଥିବାବେଳେ ସାଂସଦ ସନଥ ନିଶାନ୍ଥାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସରକାର ଦୀର୍ଘଦିନ ଧରି ଲାଗିରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ କର୍ଫ୍ୟୁ ଜାରି କରିଥିଲେ । ପ୍ରାୟ ମାସେରୁ ଅଧିକ ସମୟ ଧରି ଦେଶରେ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନ ତେଜିବା ପରେ ମହିନ୍ଦା ରାଜପକ୍ଷ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।