/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712668047.jpg)
Earthquake in Indonesia
ଇଣ୍ତୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା। ଭୂକମ୍ପରେ ଥରିଲା ପୂର୍ବ ଇଣ୍ତୋନେସିଆ। ଏନେଇ ପୂର୍ବରୁ ସତର୍କ କରାଯାଇନଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୬ ରହିଛି। USGS କହିବାନୁଯାୟୀ ଉତ୍ତର ମଲାକୁ ପ୍ରଦେଶର ହାଲମେହେରା ଦ୍ୱୀପକୁ 0948 GMT ରେ ପ୍ରାୟ ୩୫ କିଲୋମିଟର (22 ମାଇଲ) ଗତିରେ ଏହି ଭୂକମ୍ପ ଘଟିଛି। ତେବେ ଧନ ଜୀବନ କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିଳିନାହିଁ।
ପାସିଫିକ୍ ସୁନାମି ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏନେଇ କୌଣସି ସଂକେତ ମିଳିନଥିଲା। ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ସୂଚନା ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଜାନୁଆରୀ ୨୦୨୧ରେ ଇଣ୍ତୋନେସିଆ ସୁଲାୱେସି ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ସେଥିରେ ପାଖାପାଖି ୧୦୦ ଜଣ ଲୋକ ପ୍ରାଣ ହରାଇଥିଲେ।
କିଛିଦିନ ତଳେ ନ୍ୟୁୟର୍କ ସିଟିରେ ଦୁଇଟି ବିରଳ ପ୍ରାକୃତିକ ଘଟଣା ଘଟିଯାଇଛି। ଗତ ଏପ୍ରିଲ୍ ୪, ୨୦୨୪ ରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା। ବଜ୍ରପାତଟି ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଥିଲା। ଏହି ଷ୍ଟାଚ୍ୟୁ ଅଫ୍ ଲିବର୍ଟି ନ୍ୟୁୟର୍କ ସହରର ପରିଚୟ ଭାବେ ଗଣାଯାଏ। ତା’ର ପରଦିନ ୪.୮ ରିକ୍ଟର ସ୍କେଲ୍ର ଏକ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପଟି ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଥିଲା।
ସେହିପରି ଏପ୍ରିଲ୍ ୩ ରେ ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଥିଲା। ଦୀର୍ଘ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି। ଭୂମିକମ୍ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩୦ ଜଣ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)