Advertisment

ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

ଅଦ୍ୟତନ ହୋଇଛି
Twitter New CEO Linda Yaccarino

Linda Yaccarino

Advertisment

ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକ୍‌କାରିନୋ(Linda Yaccarino ) । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଖୋଦ୍‌  ଏଲନ ମସ୍କ । ଏହାସହ ସେ ନୂଆ CEOଙ୍କୁ ସ୍ୱାଗତ କଲେ କରିଛନ୍ତି । ଜଣେ ମହିଳା ଟ୍ୱିଟରର ସିଇଓ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ସତ ହୋଇଛି ।

Advertisment

ଲିଣ୍ଡା ୟାକ୍‌କାରିନୋ କିଏ ?

୧.ଲିଣ୍ଡା ୟାକ୍‌କାରିନୋ ପ୍ରାୟ ଏକ ଦଶନ୍ଧି ହେବ NBCUniversalର ସିଇଓ ପଦବୀରେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସଂସ୍ଥାକୁ ଆଗକୁ ନେବା ପାଇଁ ବଡ଼ ବଡ଼ ପଦକ୍ଷେପ ବି ନେଇଛନ୍ତି । ବିଜ୍ଞାପନ କ୍ଷେତ୍ରରେ ସେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।

୨.ଲିଣ୍ଡା ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନ୍‌ମେଣ୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟୟ ରଖିଛନ୍ତି । ନେଟୱର୍କ ବିଜ୍ଞାପନକୁ ସେ ଡିଜିଟାଲର ଭବିଷ୍ୟତ କରିବା ଦିଗରେ ଅନେକ କାମ କରିଛନ୍ତି ଓ ସଫଳ ହୋଇଛନ୍ତି ।

Advertisment

୩.ପେନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହେଉଛନ୍ତି ଲିଣ୍ଡା । ସେଠାରେ ସେ ଲିବେରାଲ ଆର୍ଟସ୍‌ ଏବଂ ଟେଲିକମ୍ୟୁନିକେସନ୍‌ର ପାଠ ପଢ଼ୁଥିଲେ ।

୪.ଗତମାସରେ ଲିଣ୍ଡା ମିଆମିଠାରେ ଆୟୋଜିତ ଏକ ବିଜ୍ଞାପନ ସମ୍ମିଳନୀରେ ଏଲନ୍‌ ମସ୍କଙ୍କ ଇଣ୍ଟରଭ୍ୟୁ ବା ସାକ୍ଷାତକାର ନେଇଥିଲେ । ଯାହାକି ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ତାଳି ମାରି ମସ୍କଙ୍କୁ ସ୍ୱାଗତ କରିବା ପାଇଁ ଲିଣ୍ଡା ଉସ୍‌କାଇଥିଲେ । ଏହାସହ ମସ୍କଙ୍କୁ ତାଙ୍କର କାମ ପାଇଁ ଖୁବ୍‌ ପ୍ରଶଂସା କରିଥିଲେ ।

Advertisment
Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ