• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚିଠି ପହଞ୍ଚିଲା ୧୦୦ ବର୍ଷ ପରେ

  • ଯେଉଁଠିକି ଦିଆଯାଇଥିଲା, ସେଇଠି ହିଁ ପହଞ୍ଚିଲା

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚିଠି

ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୧୦୦ ବର୍ଷ ପରେ ପହଞ୍ଚିଲା ଚିଠି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ । ୧୯୧୬ ମସିହାରେ ଇଂଲଣ୍ଡର ବେଥ୍‌ ନଗରୀରେ ପୋଷ୍ଟ୍‌ ହୋଇଥିବା ଏହି ଚିଠି ୧୦୦ ବର୍ଷ ପରେ ଲଣ୍ଡନ୍‌ ଠିକଣାରେ ପହଞ୍ଚିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଯାହାକୁ ନେଇ ଏବେ ପୂରା ବିଶ୍ୱରେ ବଢିଛି ଚର୍ଚ୍ଚା ।

ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍‌ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍‌ହାମ୍‌ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥି‌ଏଟର୍‌ ନିର୍ଦ୍ଦେଶକ ଫିନ୍‌ଲେ ଗ୍ଲେନ୍‌ଙ୍କ ‘କ୍ରିଷ୍ଟାଲ୍‌ ପାଲେସ୍‌’ ଫ୍ଲାଟ୍‌ରେ ଥିବା ଚିଠି ବାକ୍ସରେ ପକାଯାଇଥିଲା । ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିନଥିଲା ।

୧୦୦ ବର୍ଷ ପରେ ଚିଠିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ କେମିତି ଏତେ ଦିନଯାଏଁ ଚିଠି ରହିଲା ତାହାକୁ ନେଇ ସବୁଛି ଚର୍ଚ୍ଚା । ନିଜ ଘରେ ପ୍ରାୟ ବର୍ଷେ ରଖିବା ପରେ ଇଂଲଣ୍ଡର ଗ୍ଲେନ୍‌ ଏହି ଚିଠିଟିକୁ ନେଇ ସ୍ଥାନୀୟ ଐତିହାସିକ ସମାଜକୁ ଯାଇଥିଲେ । ଚିଠିଟି କିଏ ଦେଇଥିଲା ଜାଣିବା ଥିଲା ତାଙ୍କର ଉଦ୍ଦେଶ୍ୟ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି ।

ମିଳିଥିବା ସୂଚନା ଅନୁସାରେ, ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିଲା । ବେଥ୍‌ ବୁଲି ଯାଇଥିବା କେଟିଙ୍କ ବାନ୍ଧବୀ କ୍ରିଷ୍ଟାବେଲ୍‌ ମିନେଲ୍‌ ଏହି ଚିଠିଟି ଲେଖି ପୋଷ୍ଟ୍‌ କରିଥିଲେ ବୋଲି ସ୍ଥାନୀୟ ଇତିହାସ ପତ୍ରିକା ‘ଦି ନର୍‌ଉଡ୍‌ ରିଭ୍ୟୁ’ର ସମ୍ପାଦକ ଷ୍ଟିଫେନ୍‌ ଅକ୍ସଫୋର୍ଡ କରିଥିବା ଗବେଷଣାରୁ ଜଣାପଡ଼ିଛି ।  ତେବେ ୧୦୦ ବର୍ଷେ ପରେ ଚିଠିଟି ମିଳିଥିବାରୁ ଏବେ ପୂରା ଦେଶରେ ଏହାକୁ ନେଇ ବଢିଛି ଚର୍ଚ୍ଚା। ଖାଲି ଚର୍ଚ୍ଚା ବଢିଛି ତାହା ନୁହେଁ ଚିଠିକୁ ଦେଖିବାକୁ ଲୋକଙ୍କ ମନରେ ବଢିଛି ଉତ୍କଣ୍ଠା ।