Amir Hamza
ପାକିସ୍ତାନରେ ଟଳୁଛନ୍ତି ଗୋଟିଏ ପରେ ଗୋଟିଏ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ । ଏବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସହପ୍ରତିଷ୍ଠାତା ଅମୀର ହମଜା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଛି । ହମଜାର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଲାହୋରରେ କେହି ଅଜଣା ବ୍ୟକ୍ତିର ଗୁଳିମାଡରେ ସେ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ କେତେକ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ଏହାକୁ ମିଛ ବୋଲି କୁହାଯାଉଛି । ହମଜା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଗୁରୁତର
ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ଅବୁ ସୈଫୁଲ୍ଲା ଅଜଣା ବ୍ୟକ୍ତିର ଗୁଳିରେ ନିହତ ହେବାର ୩ ଦିନ ପରେ ଅମୀର ହମଜା ସହ ଏଭଳି ଘଟଣା ଘଟିଛି । ଜାତୀୟ ଗଣମାଧ୍ୟମ ମୁତାବକ, ୬୬ ବର୍ଷୀୟ ହମଜା ଏବେ ଲାହୋରର ଏକ ମିଲିଟାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି ଏବଂ ଆଇଏସଆଇ (ISI) ପକ୍ଷରୁ ହସ୍ପିଟାଲରେ କଡ଼ା ସୁରକ୍ଷା ଦିଆଯାଉଛି ।
ଲସ୍କର ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ଅମୀର ହମଜା ହାଫିଜ୍ ସୈଦର ଅତି ଘନିଷ୍ଠ ଅଟେ । କଶ୍ମୀରରେ ଏକାଧିକ ଆତଙ୍କୀ ଗତିବିଧିରେ ସେ ସଂପୃକ୍ତ ରହିଥିଲା ଏବଂ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ । ୨୦୧୨ରେ ଆମେରିକା ପକ୍ଷରୁ ହମଜାକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରାଯାଇଥିଲା ।
ଅମୀର ହମଜା ଅନେକ ପୁସ୍ତକ ଲେଖିଛି । 'ଦାୱତ ଔର ଶାହଦତ୍', 'ଶାହରାହ-ଇ-ବହିଶତ୍' ସେଥିମଧ୍ୟରୁ ଅନ୍ୟତମ । ୨୦୦୫ରେ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଉପରେ ଆକ୍ରମଣ ଘଟଣାରେ ସୈଫୁଲ୍ଲା ସହ ତାର ଭୂମିକା ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Amir_Hamza_1747811301.jpg)