କୁଏତରେ ଭୟଙ୍କର ଅଗ୍ନିକାଣ୍ତ; ଭାରତୀୟଙ୍କ ସମେତ ୪୧ କର୍ମଚାରୀ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ତରେ ଜଳିଗଲା କୋଠା । ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡରେ ୪ ଜଣ ଭାରତୀୟଙ୍କ ସମେତ ୪୧ ଜଣଙ୍କର ମୃତ୍ୟୁ ଘଟିଛି । 

Kuwait Fire News

କୁଏତରେ ଭୟଙ୍କର ଅଗ୍ନିକାଣ୍ତ । ଅଗ୍ନିକାଣ୍ତରେ ଜଳିଗଲା କୋଠା । ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡରେ ୪ ଜଣ ଭାରତୀୟଙ୍କ ସମେତ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ବିରାଟ ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ। ବୁଧବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି । 

ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ ୪୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଏଥି ସହିତ, ଅନ୍ୟ ୧୦ ଜଣଙ୍କୁ ନିରାପଦରେ ବଞ୍ଚାଇବାରେ ସଫଳ ହୋଇଛନ୍ତି । କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର (+ 965-65505246) ଜାରି କରିଛି। ଲୋକମାନେ ଏହି ଫୋନ୍ ନମ୍ବରକୁ କଲ କରି ନିଜ ପ୍ରିୟ ଲୋକଙ୍କ ବିଷୟରେ ସୂଚନା ପାଇପାରିବେ । 

ଅଧିକ ପଢ଼ନ୍ତୁ: ତାଜ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ୩ଟି କୋଚ୍‌; ଦେଖନ୍ତୁ ଭିଡିଓ

କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍‌-ସାବ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍‌ ଭୁଲ୍‌ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।

ଅଗ୍ନିକାଣ୍ଡରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ଭାରତୀୟ ମଧ୍ୟ ଅଛନ୍ତି । କୁଏତର ସ୍ଥାନୀୟ ନ୍ୟୁଜ୍‌ ସଂସ୍ଥା ଅନୁଯାୟୀ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ବହୁ ସଂଖ୍ୟକ କର୍ମଚାରୀ ରହୁଥିଲେ । ବିଲ୍ଡିଂରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଧୂଆଁ ଓ ନିଆଁ ଘେରି ରହିଥିବାରୁ ଶ୍ୱାସରୁଦ୍ଧ ହୋଇ ଲୋକମାନେ ମୃତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଅଗ୍ନିକାଣ୍ଡର ତଦନ୍ତ କରାଯାଉଛି ।