• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍ ଲିଗର ପ୍ରାର୍ଥୀ ନୱାଜ୍ ସରିଫ୍ ଏଥର ପୁଣି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

କାରଣ ବିପକ୍ଷରେ ଥବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ଏବଂ ତେହରକ୍ ଇ ଇନସାଫର ପ୍ରାର୍ଥୀ ଇମ୍ରାନ ଖାନ୍ କେବଳ ନାମକୁ ମାତ୍ର ନିର୍ବାଚନ ଲଢ଼ୁଛନ୍ତି । ଇମ୍ରାନଙ୍କ ଦଳକୁ ଅବୈଧ୍ୟ ଘୋଷଣା କରିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତ ବିରୋଧରେ ଷଡ଼ଯନ୍ତ୍ର ! ପାକିସ୍ତାନ ଦାବିକୁ ଚୀନ କରୁଛି ସମର୍ଥନ

ତା’ସହ ଇମ୍ରାନଙ୍କ ଦଳର ନେତାଙ୍କୁ ପ୍ରଚାର ପ୍ରସାର କରିବାକୁ ସୁଯୋଗ ବି ଦିଆଯାଇନି । ଅପରପକ୍ଷେ ବିଲାୱଲ୍ ଭିଟ୍ଟୋ ବି ସେପରି ଏତେଟା ଉତ୍ସାହିତ ନାହାନ୍ତି । ସେନାର ଅଦୃଶ୍ୟ ସମର୍ଥନ ନୱାଜ୍ ସରିଫଙ୍କ ସହ ରହିଛି । ନୱାଜଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଓ ମାମଲା ହଠାତ୍ ଗତବର୍ଷ ଉଭେଇ ବି ଯାଇଛି । ତେଣୁ ନୱାଜ୍ ସରିଫ୍ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଏକରକମ ହେବା ନିଶ୍ଚିତ ।

ସେପଟେ ପାକିସ୍ତାନରେ ଦେଖିବାକୁ ମିଳୁଛି ରାଜନୈତିକ ତାମ୍‌ସା । ଗଣତନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କଲା ଭଳି ଆଜି ହେଉଛି ସାଧାରଣ ନିର୍ବାଚନ । ଦୀର୍ଘ ଦିନ ଧରି ଜେଲ୍‌ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।