Advertisment

ଭାରତ ବିରୋଧରେ ଷଡ଼ଯନ୍ତ୍ର ! ପାକିସ୍ତାନ ଦାବିକୁ ଚୀନ କରୁଛି ସମର୍ଥନ

ଭାରତ ବିରୋଧରେ ଚାଲିଛି କି ଷଡ଼ୟନ୍ତ୍ର ? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ । ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
China backs Pakistan charge of India hand in mysterious killings

China backs Pakistan charge of India hand in mysterious killings

ଭାରତ ବିରୋଧରେ ଚାଲିଛି କି ଷଡ଼ୟନ୍ତ୍ର ? ଏକାଠି ହାତ ମିଳାଇଛନ୍ତି କି ଚୀନ ଆଉ ପାକିସ୍ତାନ ? ସୀମା ବିବାଦକୁ ନେଇ ଏହି ଦୁଇ ଦେଶ ଭାରତ ସହ ଅନେକ ଥର ଶତ୍ରୁତା କରିଛନ୍ତି । ଆଉ ରଚାଇଛନ୍ତି ଆତଙ୍କ । ପୁଲୱାମା ଘଟଣାରେ ପାକିସ୍ତାନର ଆତଙ୍କବାଦୀ ବଡ଼ ଆତଙ୍କ ରଚିଥିଲେ । ଏହା ବଦଳରେ ଭାରତ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା ।

Advertisment

ସେହିପରି ଚୀନ ମଧ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ହେଲେ ଏ ସବୁ ପରେ ମଧ୍ୟ ପୁଣି ଦୁଇ ଦେଶର ସୈତାନୀ ବୁଦ୍ଧି ପଦାକୁ ଆସିଛି। ପାକିସ୍ତାନ ନାଗରିକ ତଥା ଆତଙ୍କବାଦୀଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ଚୀନ୍ ପାକିସ୍ତାନର ଅଭିଯୋଗକୁ ସମର୍ଥନ କରିଥିବା ଜଣାପଡ଼ିଛି । ଯାହାକୁ ନେଇ ଇସଲାମାବାଦ ଦୃଷ୍ଟି ଆକର୍ଷଣ କରିଛି ।

ସେପଟେ ଚୀନର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆତଙ୍କବାଦ ବିରୋଧୀ କାର୍ଯ୍ୟ ଉପରେ ବେଜିଂ ଦ୍ୱିଗୁଣ ମାନ୍ୟତାକୁ ବିରୋଧ କରୁଛି, ଯାହା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀଙ୍କ ଉପରେ ଜାତିସଂଘର ପ୍ରତିବନ୍ଧକକୁ ରୋକିବା ପାଇଁ ଭାରତ ନିୟମିତ ଭାବେ ଚୀନ୍‌କୁ ଅଭିଯୋଗ କରୁଛି ।

Advertisment

ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଚୀନ୍ ବିରୋଧ କରେ । ସମସ୍ତ ପ୍ରକାର ଆତଙ୍କବାଦକୁ ମିଳିତ ଭାବେ ମୁକାବିଲା କରିବା ପାଇଁ ଚୀନ୍ ସବୁ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ମଜବୁତ କରିବାକୁ ଚାହୁଁଛି । ଆଉ ଏଥିପାଇଁ ଛିଡା ହେବାକୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।

ଅନ୍ୟପଟେ ଗତ ବର୍ଷ ଭାରତୀୟ ଏଜେଣ୍ଟ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ପାକିସ୍ତାନ ଦାବି କରିଛି । ଏହାକୁ ଚୀନ ମଧ୍ୟ ସମର୍ଥନ କରିଛି ।

India China Pakistan
Advertisment
Advertisment