Advertisment

ବ୍ରିଟେନ ରାଜା କିଙ୍ଗ୍ ଚାର୍ଲସଙ୍କୁ କ୍ୟାନସର, ବଙ୍କିମହାମ ପ୍ୟାଲେସ ପକ୍ଷରୁ ସୂଚନା

ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
King Charles Diagnosed With Cancer

King Charles Diagnosed With Cancer

Advertisment

ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନସର। ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଦେହାନ୍ତ ପରେ ସେ ରାଜଗାଦିରେ ବସିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Advertisment

ବର୍ତ୍ତମାନ ଚାର୍ଲସ ତୃତୀୟଙ୍କ ବୟସ ୭୫ବର୍ଷ। ନିୟମିତ ଚିକିତ୍ସା ସମୟରେ ଚାର୍ଲସଙ୍କୁ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । ପ୍ୟାଲେସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, କିଙ୍ଗ ଚାର୍ଲସ କ୍ୟାନସରରେ ପୀଡିତ। ତେବେ ସେ କେଉଁ ପ୍ରକାର କ୍ୟାନସର ସହ ଜୁଝୁଛନ୍ତି ସେନେଇ ସ୍ପଷ୍ଟ କରାଯାଇନାହିଁ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: କିଙ୍ଗ୍‌ ଚାର୍ଲ୍ସଙ୍କ ରୋମାଣ୍ଟିକ୍ ଲାଇଫ୍; ୨୦ରୁ ଅଧିକ ଥିଲେ ପ୍ରେମିକା

Advertisment

ତେବେ ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି । ରାଜପରିବାର ଲୋକେ ଏନେଇ ଅବଗତ ଅଛନ୍ତି । ବର୍ତ୍ତମାନ ତାଙ୍କ ଚିକିତ୍ସା ହସ୍ପିଟାଲରେ ନହୋଇ ରାଜଭବନରେ ଚାଲିବ।

ବ୍ରିଟେନ ରାଜାଙ୍କୁ କ୍ୟାନ୍ସର ଖବର ଶୁଣିବା ପରେ ସମର୍ଥକମାନେ ଦୁଃଖପ୍ରକାଶ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟ୍ବିଟ୍ କରି କହିଛନ୍ତି, "ମୁଁ ଜାଣେ, ପୁରା ଦେଶ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ଏଥିରେ କୌଣସି ସନ୍ଦେହ ନାହିଁ ।"

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କିଙ୍ଗ ଚାର୍ଲସ ତୃତୀୟଙ୍କର ସୁସ୍ଥତା କାମନା କରିଛନ୍ତି। ତେବେ ବାଇଡେନଙ୍କ ପୁଅଙ୍କର ବ୍ରେନ କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, "ମୁଁ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ଆମେ ବ୍ରିଟିଶବାସୀଙ୍କ ସହିତ ରହିଛୁ ।"

Cancer King Charles III
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ