• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଆ...ଏ ଶବ୍ଦର ତୁଳନା ନାହିଁ କି ବର୍ଣ୍ଣନା ନାହିଁ । କଥାରେ ଅଛି ମାଆ ଅଛି ଯାହାର , ସାହାରା ଲୋଡା ନାହିଁ ଆଉ କାହାର । ମାଆର ସ୍ନେହ, ଶ୍ରଦ୍ଧା ଓ ଭଲପାଇବା କିଏ ଦେଇପାରିବ ନାହିଁ । ମାଆ କୋଳରେ ଟିକିଏ ମଥା ଦେଇ ଶୋଇ ପଡିଲେ ବିଶ୍ୱର ସର୍ବାଧିକ ଖୁସି ମିଳୁଥିବାର ଅନୁଭବ ହୁଏ । ଆମେ ଯେକୌଣସି ବିପଦରେ ପଡିଥାଉ ନା କାହିଁକି, ମାଆକୁ ଦେଖିଦେଲେ ସବୁ ଦୁଃଖ ଆମର ଦୂର ହୋଇଯାଏ । ଥରେ ଚିନ୍ତା କରନ୍ତୁ ତ..ଯଦି ମେଡିକାଲରେ ମାଆ ପଡିଥିବ, ଆଉ କୁନି ଛୁଆ ମାନେ ତାକୁ ଭଲ କରିବାକୁ ବଜାରରେ ବୁଲି ବୁଲି ଆଇସକ୍ରିମ୍‌ ବିକୁଥିବ ...ସେ ଦୃଶ୍ୟ କେମିତି ଥିବ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଦେଖିବା ପରେ ଆପଣଙ୍କୁ ବି ବଡ଼ କଷ୍ଟ ହେବ । ଭାଇରାଲ ହେଉଥିବା ଫଟୋଟି ଅବଶ୍ୟ ଆମ ଦେଶର ନୁହେଁ ବରଂ ପଡୋଶୀ ଚାଇନାର । ନିଜ ମାଆର ଦେହ ଖରାପ ହୋଇଯିବାରୁ କୁନି ଝିଅଟି କେମିତି ତାଙ୍କୁ ଭଲ କରିବ ସେନେଇ ଉପାୟ ଚିନ୍ତା କରିଥିଲା । ହେଲେ କିଛି ପାଇନଥିଲା । ସେଇଥି ଲାଗି ତ ଘରଠାରୁ ୩ କିମି ଦୂରକୁ ସାଇକେଲ୍‌ରେ ଯାଇ ଆଇସକ୍ରିମ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନେଲା । ଆଉ ଏଥିରେ ତାକୁ ପୂରା ସହଯୋଗ କରିଥିଲା କୁନି ଭାଇଟି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଜାଣିବାକୁ ମିଳିଛି କି ମାଆଙ୍କୁ ସୁସ୍ଥ କରିବାକୁ ଭାଇ-ଭଉଣୀ ଆଇସକ୍ରିମ୍‌ ବିକ୍ରି କରି ପ୍ରାୟ ୧ ହଜାର ଟଙ୍କା ରୋଜଗାର କରିଥିଲେ । ଆଉ ଏତିକି ଟଙ୍କା ନେଇ ମେଡିକାଲ ବି ଯାଇଥିଲେ । ଦର୍ଶକବନ୍ଧୁ ଆଜିକା ସମୟରେ ଅନେକ ସମୟରେ ଆମେ ଦେଖିଛନ୍ତି ମାଆ-ବାପାଙ୍କୁ ପିଲାମାନେ ପଚାରୁନାହାନ୍ତି । ହେଲେ ଏଇ ଦୁଇ ଭାଇ-ଭଉଣୀ ମାଆର ଦେହ ଭଲ କରିବା ଲାଗି ଆଇସକ୍ରିମ୍‌ ବିକ୍ରି କରୁଛନ୍ତି । ଭାଇରାଲ ହେଉଥିବା ଫଟୋକୁ ୟୁଜର୍ସମାନେ ପସନ୍ଦ କରିବା ସହିତ ସେମାନଙ୍କ ବୁଦ୍ଧିକୁ ସାବାସି ଦେଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now