Advertisment

ଶୋଇବା ଘରର ବେଡ୍‌ ସେୟାର କରୁଥିଲେ ମହିଳା; ମିଳୁଥିଲା ଦିନକୁ ୪୨ ହଜାର ଟଙ୍କା

ମହିଳା ଜଣକ ନିଜ ବେଡ୍‌ର ଅଧା ଭଡ଼ା ଦେଇଥିବାବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ଘଟଣା ନିକଟରେ ସାମ୍‌ନାକୁ ଆସିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Jugaad At Its Best! Woman Earns Rs 42,000 Per Month By Renting Out One Side Of Her Bed

Jugaad At Its Best! Woman Earns Rs 42,000 Per Month By Renting Out One Side Of Her Bed

ଅନେକ ଲୋକ ନିଜର ସୁବିଧା ଓ ଅସୁବିଧା କାରଣରୁ ଘରଭଡ଼ା ନେଇଥା’ନ୍ତି । ଘରଭଡ଼ା ବାବଦକୁ ମାଲିକଙ୍କୁ ଟଙ୍କା ମଧ୍ୟ ଦେଇଥା’ନ୍ତି ଭଡ଼ାଟିଆ । କିଛି ଘରର ମାଲିକମାନେ ଘରଭଡ଼ା ଦେବାକୁ ହେଲେ ଏଗ୍ରିମେଣ୍ଟ ବା ଚୁକ୍ତି କରିଥା’ନ୍ତି । ଯେପରିକି ବର୍ଷେରୁ ଊର୍ଦ୍ଧ୍ୱ ସମୟ ରହିବା ଲାଗି ଭଡ଼ାଟିଆଙ୍କ ପାଇଁ ନିୟମ ଅନୁସାରେ ଏଗ୍ରିମେଣ୍ଟ କରାଯାଇଥାଏ ।

Advertisment

ଏ କଥା ତ ପ୍ରାୟ ସମସ୍ତଙ୍କୁ ଜଣାଥାଏ । ହେଲେ ଆପଣ ଜାଣନ୍ତି କି ? ଘର ନୁହେଁ ବରଂ ଅଧା ବେଡ୍‌ ଭଡ଼ାରେ ଲାଗିବା କଥା । ବେଡ୍‌ ମାନେ କୌଣସି ହଷ୍ଟେଲ ନୁହେଁ, କି ଅନ୍ୟ କୌଣସି ସ୍ଥାନ । ଜଣେ ମହିଳା ତାଙ୍କ ବେଡ୍‌ ରୁମର ଅଧା ବେଡ୍‌କୁ ଭଡ଼ାରେ ଲଗାଇଛନ୍ତି । ଆଉ ତା’ ବଦଳରେ ମାସିକ ୪୨ ହଜାର ଟଙ୍କା ରୋଜଗାର ମଧ୍ୟ କରିଛନ୍ତି ।

ମହିଳା ଜଣକ ନିଜ ବେଡ୍‌ର ଅଧା ଭଡ଼ା ଦେଇଥିବାବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ଘଟଣା ଅଷ୍ଟ୍ରେଲିଆରୁ ସାମ୍‌ନାକୁ ଆସିଛି । ଜଣେ ଅଷ୍ଟ୍ରେଲୀୟ ମହିଳା ତାଙ୍କ ଶୋଇବା ଘରର ବେଡ୍‌କୁ ଅଧା ଭଡ଼ା ଦେଇଛନ୍ତି । ଅର୍ଥାତ୍‌ ବେଡ୍‌ର ଗୋଟିଏ ପାର୍ଶ୍ୱରେ ଭଡା ନେଇଥିବା ବ୍ୟକ୍ତି ଜଣକ ଶୋଇପାରିବେ ବୋଲି କହିଛନ୍ତି ।

Advertisment

ସୂଚନା ଅନୁସାରେ ଅଷ୍ଟ୍ରେଲୀୟ ମହିଳା ମୋନିକ୍ ଯିରିମିୟ ଏପରି ଏକ ଅଜବ ଭଡ଼ା ଦେଇଥିବା ନେଇ ଜଣାପଡ଼ିଛି । ନିଜର ବେଡ୍‌କୁ ଅନ୍ୟ କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ସହ ବେଡ୍‌ ସେୟାର କରିବାକୁ ଲୋକମାନଙ୍କୁ ଅଫର ଦେଇଥା’ନ୍ତି । ଆଉ ବେଡ୍‌ ସେୟାର କରିବା ଦ୍ୱାରା ସେ ମାସିକ ୪୧,୬୨୪,୯୨ ଟଙ୍କା ମାସିକ ରୋଜଗାର ମଧ୍ୟ କରିଛନ୍ତି ।

ମୋନିକ୍‌ଙ୍କ ସହ ବେଡ୍‌ ସେୟାର କରିବାକୁ ହେଲେ କିଛି ସର୍ତ୍ତ ମଧ୍ୟ ସେ ରଖିଥିଲେ । ସେ କହିଥିଲେ, ବେଡ୍‌ ସେୟାର ସମୟରେ କୌଣସି ବ୍ୟକ୍ତି ରୋମାଣ୍ଟିକ୍‌ ବ୍ୟବହାର କରିପାରିବେ ନାହିଁ । ଶୋଇବା ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ ବୋଲି କହିଥିଲେ ମୋନିକ୍ ।

ମୋନିକ୍ ଏନେଇ କିଛି ସୂଚନା ଦେଇଚନ୍ତି । ତାଙ୍କ ସୂଚନା ଅନୁସାରେ କରୋନା ସମୟରେ ସେ ଏକୁଟିଆ ରହୁଥିଲେ । ତେଣୁ ସେହି ସମୟରେ ସେ ଏକୁଟିଆ ଅନୁଭବ ନକରିବାକୁ ଏପରି ଏକ ଚିନ୍ତା କରିଥିଲେ । ଫଳରେ ବେଡ୍‌ର ଅଧା ସେୟାର କରିବାରୁ ସେ ଭଲ ରୋଜଗାର କରିପାରିଛନ୍ତି ।

000
Advertisment
Advertisment