Advertisment

ଦିନେ ଥିଲେ ଜଣାଶୁଣା ସାମ୍ବାଦିକ, ଆଜି ରାସ୍ତାକଡ଼ର ବୁଲା ବିକାଳି

ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Journalist Surviving

Journalist Surviving

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଅର୍ଥନୀତି ପୁରା ଦେବାଳିଆ ହୋଇପଡିଛି । ହଜାର ହଜାର ଲୋକ ନିଯୁକ୍ତି ହରାଇଥିବା ବେଳେ  ଲୋକମାନେ ଦୁଇମୁଠା ଖାଇବାକୁ ପାଉନାହାହାନ୍ତି । ଦିନକୁ ଦିନ ଆହୁରି ବିଗୁଡିଛି ସ୍ଥିତି ।

Advertisment

ଟିଭି ସାମ୍ବାଦିକ ମୁସା ମହମ୍ମାଦି ଚାକିରି ହରାଇବା ପରେ ରାସ୍ତା ବସି ଖାଦ୍ୟ ବିକୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନେ ସେ ଆଫଗାନିସ୍ତାନର ଜଣେ ଆଗଧାଡିର ଉପସ୍ଥାପକ ଥିଲେ । ବିଭିନ୍ନ ଟିଭି ଚ୍ୟାନେଲ ପାଇଁ ସେ ରିପୋର୍ଟର, ଆଙ୍କର ଭାବେ କାମ ମଧ୍ୟ କରିଛନ୍ତି । କିନ୍ତୁ ଏବେ ଚାକିରି ଚାଲିଯିବା ପରେ ପରିବାର ଚଳାଇବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ଟଙ୍କା କିଛି ଯୋଗାଡ କରିବା ପାଇଁ ସେ ରାସ୍ତାରେ ବସି ଖାଦ୍ୟ ବିକୁଛନ୍ତି ।  ସୋସିଆଲ ମିଡିଆରେ ଏକ ଟ୍ୱିଟ୍ ଭାଇରାଲ ହେବା ପରେ ମୁସା ମହମ୍ମାଦିଙ୍କୁ ଚାକିରି ଦିଆଯିବ ବୋଲି ଆଫଗାନ୍ ସରକାର ଘୋଷଣା କରିଛନ୍ତି । 

ଗୁରୁତର ଆର୍ଥିକ ସଂକଟଦେଇ ଗତି କରୁଛି ଆଫଗାନିସ୍ତାନ । ଏପରିକି ତାଲିବାନ କ୍ଷମତାକୁ ଆସିବା ପରେ ମଧ୍ୟ ପରିସ୍ଥିତିରେ କିଛି ବି ପରିବର୍ତ୍ତନ ହୋଇନାହିଁ । ଦିନକୁ ଦିନ ଆହୁରି ସ୍ଥିତି ବିଗିଡ଼ିବାରେ ଲାଗିଛି । ଅନେକ ଲୋକ ପେଟପୁୂରା ମୁଠାଏ ଖାଇବାକୁ ପାଉନାହାନ୍ତି । ଲୋକମାନେ ବାସହୀନ ହୋଇ ଯାଇଥିବା ବେଳେ ବେକାରୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଲିବାନ ସରକାର କ୍ଷମତାକୁ ଆସିବାପରେ ଆଫଗାନିସ୍ତାନରେ ରାଜନୈତିକ ଓ ଆଥିିକ ଅସ୍ଥିରତା ଦେଖାଦେଇଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରାଯାଇଛି । କ୍ଷମତାକୁ ଆସିବାର କିଛି ମାସ ମଧ୍ୟରେ  ମହିଳା ଗଣମାଧ୍ୟମ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି ।

Advertisment
Afganisthan Crisis Journalist Surviving
Advertisment
Advertisment