୫ ଦିନ ହେଲା ଆଉ ଦେଖା ଦେଉନାହାନ୍ତି ଜୋ ବାଇଡେନ୍‌, ରହସ୍ୟ କ’ଣ ?

ଆମେରିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କମଲା ହ୍ୟାରିସ୍‌ଙ୍କ ପାଖରେ ଏବେ ୪ ସପ୍ତାହରୁ କମ୍‌ ସମୟ ରହିଛି ।

Joe Biden

ଏଥର ନିର୍ବାଚନ ଲଢ଼ିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଏକଥା ସେ ନିଜେ କହିଛନ୍ତି । ନିଜକୁ ସେ ନିର୍ବାଚନଠାରୁ ଦୂରେଇ ଦେଇଛନ୍ତି । ତେବେ ସେ କାହିଁକି ନିର୍ବାଚନଠାରୁ ଦୂରେଇ ରହିଲେ । ଏହା ପଛର କାରଣ କ’ଣ ? କ’ଣ ରହିଛି ରହସ୍ୟ ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । 

ସୋସିଆଲ ମିଡିଆରେ ଅନେକ କହୁଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ନିର୍ବାଚନଠାରୁ ଦୂରେଇ ଯାଇଛନ୍ତି । ଏମିତିକି ସେ ଜନସାଧାରଣଙ୍କ ଆଖି ଆଗକୁ ମଧ୍ୟ ଆସୁ ନାହାନ୍ତି ।

ଅଧିକ ପଢ଼ନ୍ତୁ: ‘ବାଇଡେନ୍‌ ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’

ଅନ୍ୟପଟେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ‘x’ରେ ଜୋ ବାଇଡେନ୍‌ ଏବେ ଟ୍ରେଣ୍ଡ କରୁଛନ୍ତି । ଟ୍ରେଣ୍ଡିଂ ଲିଷ୍ଟର ସବୁଠାରୁ ଉପରେ ଅଛନ୍ତି ବାଇଡେନ୍‌ । ସୋସିଆଲ ମିଡିଆରେ ଆଉ ଏକ ସବୁଠାରୁ ବଡ଼ ଆଲୋଚନା ହେଲା, ଗତ ୫ ଦିନ ହେବ ଜୋ ବାଇଡେନ୍‌ଙ୍କୁ କେହି ଦେଖିନାହାନ୍ତି । ଏମିତିକି ସେ ଗଣମାଧ୍ୟମ ଆଗକୁ ମଧ୍ୟ ଆସିନାହାନ୍ତି ।

ତେବେ ସେ ଏବେ କରୋନା ଆକ୍ରାନ୍ତ । ତେଣୁ ଆଇସୋଲେସନ୍‌ରେ ରଖାଯାଇଛି । ଏନେଇ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଗତ ସପ୍ତାହରେ ସୂଚନା ଦିଆଯାଇଛି । ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏହି ସୂଚନା ଜାରି କରାଯାଇଥିଲେ ମଧ୍ୟ ଜନସାଧାରଣଙ୍କ ମୁହଁକୁ ବନ୍ଦ କରାଯାଇପାରିନି । ସୋସିଆଲ ମିଡିଆ ୟୁଜର୍ସ ଏହି ସୂଚନାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅନେକ କହୁଛନ୍ତି ୮୧ ବର୍ଷିୟ ଜୋ ବାଇଡେନ୍‌ ଏବେ ହସ୍ପିଟାଲ୍‌ରେ । ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ । ସେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅନେକ ଦିନ ଧରି ଖରାପ ହେଲାଣି । ଯାହାକି ବିଭିନ୍ନ ସମୟରେ ଜନସଭା ବେଳେ ଦେଖାଯାଇଛି ।

ଖାଲି ସେତିକି ନୁହେଁ ଅନେକ ୟୁଜର୍ସ ଏହାକୁ ମଧ୍ୟ ଅସ୍ୱୀକାର କରିଛନ୍ତି । ଆଉ କହିଛନ୍ତି ଜୋ ବାଇଡେନ୍ ଏବେ ଆଉ ଦୁନିଆରେ ନାହାନ୍ତି । ତାଙ୍କ ମୃତ୍ୟୁକୁ ଲୁଚାଯାଉଛି । ଏଭଳି ଗୁଜବ ଏବେ ଘୁରି ବୁଲୁଛି।

ଅଧିକ ପଢ଼ନ୍ତୁ: ଆମେରିକା ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି; ଓହରିଲେ ବାଇଡେନ୍, କମଳା ହେବେ ରାଷ୍ଟ୍ରପତି ପ୍ରାର୍ଥୀ!

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକାନ୍‌ ପାର୍ଟି, ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି । ଆଉ କହିଛନ୍ତି ବାଇଡେନ୍‌ଙ୍କୁ ଜାଣିଶୁଣି ଚକ୍ରାନ୍ତ କରି ନିର୍ବାଚନଠାରୁ ଦୂରେଇ ଦିଆଯାଇଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି କ୍ଷମତା ଉପଭୋଗ କରିବା ଲାଳସାରେ ତାଙ୍କୁ ନିର୍ବାଚନଠାରୁ ଦୂରେଇ ରଖାଯାଇଛି । ଏମିତିକି କିଛି ଦିନ ହେବ ପ୍ରଶାସନଠାରୁ ମଧ୍ୟ ତାଙ୍କୁ ଦୂରେଇ ଦିଆଯାଇଛି । ଦଳୀୟ ଚାପ ଫଳରେ ବାଇଡେନ୍‌ ନିଜକୁ ନିର୍ବାଚନଠାରୁ ଦୂରେଇ ରଖିଛନ୍ତି ।

ତେବେ ବାଇଡେନ୍‌ଙ୍କ ବଦଳରେ କମଲା ହ୍ୟାରିସ୍‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇସାରିଛି । ଲ’ ମେକର୍ସ କମଲା ହ୍ୟାରିସ୍‌ଙ୍କୁ ସମର୍ଥନ କରି ଡେମୋକ୍ରାଟିକ୍‌ ପାର୍ଟିର ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଛନ୍ତି ।

ରବିବାର ବାଇଡେନ୍‌ ନିର୍ବାଚନ ଲଢ଼ିବେ ନାହିଁ ବୋଲି ହ୍ୱାଇଟ୍‌ ହାଉସ୍‌ରୁ ଖବର ଆସିବା ପରେ ତୁରନ୍ତ କମଲା ହ୍ୟାରିସ୍‌ଙ୍କ ପାଇଁ କିଛି ଲୋକ ରାଲି କରି ବାହାରି ଆସିଥିଲେ । ଆଉ କମଲା ହ୍ୟାରିସ୍‌ଙ୍କ ପ୍ରତି ତାଙ୍କର ସମର୍ଥନ ଥିବା ସେମାନେ ଜଣାଇଥିଲେ । ‘କମଲା ହ୍ୟାରିସ୍‌ ଇଜ୍‌ ଦ ବେଷ୍ଟ’ ନାରା ଦେଇଥିଲେ ଲୋକେ ।

ଆମେରିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କମଲା ହ୍ୟାରିସ୍‌ଙ୍କ ପାଖରେ ଏବେ ୪ ସପ୍ତାହରୁ କମ୍‌ ସମୟ ରହିଛି ।