• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବାଇଡେନ୍‌ଙ୍କୁ ନେଇ ଟ୍ରୋଲ। ସୋସିଆଲ ମିଡିଆରେ ପୁଣି ଥରେ ବାଇଡେନ୍‌ଙ୍କୁ ନେଇ ଜବରଦସ୍ତ ଟ୍ରୋଲ । ରିଷି ସୁନକ୍‌ଙ୍କୁ ରସିଦ୍‌ ସନୁକ୍‌ କହିଲେ ବାଇଡେନ୍‌ । ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ । କୁହାଯାଏ ସେ ଚାହିଁଲେ କିଛି ବି କରିପାରିବେ । କିନ୍ତୁ ଲୋକେ ତାଙ୍କୁ ବି ଛାଡ଼ୁ ନାହାନ୍ତି । ସୋସିଆଲ ମିଡିଆରେ ବାରମ୍ବାର ଟ୍ରୋଲ କରୁଛନ୍ତି ।

କିଛି ଦିନ ପୂର୍ବରୁ ମଞ୍ଚରେ ଭାଷଣ ଦେଇସାରିବା ପରେ ବାଇଡେନ୍‌ ଏମିତି କିଛି ବ୍ୟବହାର କରିଥିଲେ ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା । ତାଙ୍କ ପାଖରେ କେହି ନଥିବା ସତ୍ତ୍ୱେ ସେ ହାତ ବଢ଼ାଇ ହ୍ୟାଣ୍ଡସେକ୍‌ କରିଥିଲେ । ଯାହାକୁ ଦେଖି ସମସ୍ତେ ହସିଥିଲେ । ଆଉ ସାରା ବିଶ୍ୱରେ ବାଇଡେନ୍‌, ନିଜର ଏଭଳି ବାଚାଳାମି ପାଇଁ ଖବରର ସିରୋନାମା ପାଲଟିଥିଲେ ।

ଏହି ସିଲ୍‌ସିଲା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏକ ମଞ୍ଚରେ ଭାଷଣ ଦେଇସାରିବା ପରେ ସେ ସେମିତି କିଛି ବାଚାଳାମି କରିଥିବା ଦେଖାଯାଇଥିଲା । ସେଥର ସେ ଭାଷଣ ସାରି ମଞ୍ଚରୁ ଓହ୍ଲାଉଥିଲେ, କିନ୍ତୁ ହଠାତ୍‌ କାହିଁକି କେଜାଣି ଅଟକି ଯାଇ ପଛକୁ ଚାହିଁଥିଲେ । ଆଉ ହସି ହସି ମନେ ମନେ କଥା ହେଉଥିଲେ । ଯେତେବେଳେ କି ତାଙ୍କୁ ପଛରୁ କେହି ଡାକିନଥିଲେ । କିମ୍ବା ତାଙ୍କୁ କେହି କିଛି ପଚାରିନଥିଲେ । ଏଭଳି ବାଚାଳାମି ଦେଖି ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା ।

ତେବେ ଏଥର ମଧ୍ୟ ଠିକ୍‌ ସେହିଭଳି କିଛି କରିଛନ୍ତି ବାଇଡେନ୍‌ । ଯାହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି । ହ୍ୱାଇଟ୍‌ହାଉସ୍‌ରେ ଧୁମ୍‌ଧାମ୍‌ରେ ଦୀପାବଳି ସେଲିବ୍ରେସନ୍‌ ଚାଲିଥିଲା । ଏକ ଭବ୍ୟ ଆୟୋଜନ ମଧ୍ୟ ହୋଇଥିଲା । ଏତିକିବେଳେ ବାଇଡେନ୍‌ ନିଜର ଅଭିଭାଷଣ ରଖିଥିଲେ । ଆଉ UKର ନୂଆ କରି ପ୍ରଧାନମନ୍ତ୍ରୀ ହୋଇଥିବା ରିଷି ସୁନକ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ତେବେ ଏହି ସମୟରେ ସେ ଏକ ଛୋଟ ଭୁଲ କରି ବସିଲେ । ରିଷି ସୁନକଙ୍କ ନାଁକୁ ଭୁଲ ଉଚ୍ଚାରଣ କଲେ । ସେ ‘ରିଷି ସୁନକ’ କହିବା ବଦଳରେ ‘ରସିଦ୍‌ ସନୁକ୍‌’ କହିଥିଲେ । ଆଉ ଛଞ୍ଚାଣ ଭଳି ଚାହିଁ ରହିଥିବା ସମାଲୋଚକଙ୍କ ଆଖିକୁ କେବଳ ତାହା ହିଁ ଦେଖାଯାଇଥିଲା । ଆଖିପିଛୁଳାକେ ତାଙ୍କର ଏହି ଭୁଲ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିଲା । ଆଉ ଅନେକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଏଭଳି ଉଚ୍ଚାରଣ ଭୁଲ କରିଛନ୍ତି । ସେତେବେଳେ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା । ଡୋନାଲ୍ଡ ଟ୍ରମ୍ପ ଥରେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଉଚ୍ଚାରଣ କରିବାରେ ଭୁଲ କରିଥିଲେ ।