• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା । ଯୁଦ୍ଧ ଯୋଗୁଁ କାହାରି ହିତସାଧନ ହେବ ନାହିଁ ବୋଲି ଆଲୋଚନା ବେଳେ ଜିନ ପିଙ୍ଗ କହିଛନ୍ତି । ୟୁକ୍ରେନ ଯୁଦ୍ଧ ପରି ଏକ ସଙ୍କଟକୁ କେହି ଚାହୁଁନଥିଲେ । ସଙ୍କଟର ସମାଧାନ ପାଇଁ ଉଭୟ ଆମେରିକା ଓ ଚୀନ ମିଳିତଭାବେ ଦାୟିତ୍ୱ ର୍ନିବାହ କରିବା ଉଚିତ ବୋଲି ଜିନପିଙ୍ଗ କହିଥିବା ଚୀନ ସରକାରୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ଆଲୋଚନା ପୂର୍ବରୁ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିନକେନ କହିଥିଲେ ଯେ, ଚୀନ ସିଧାସଳଖ ରୁଷକୁ ସହାୟତା କରିବାକୁ ବିଚାର କରୁଥିବା ଜଣାପଡ଼ିଛି । ଚୀନ ଯଦି ରୁଷକୁ କୌଣସି ପ୍ରକାରେ ସହାୟତା କରେ, ତେବେ ସେଥିପାଇଁ ବେଜିଂକୁ ତାହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଥିଲେ ।

ୟୁକ୍ରେନରେ ଦାରୁଣ ମାନବୀୟ ସଂକଟ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । କିଏ ଘର ଓ ସହର ଛାଡ଼ୁଛି, ତ କିଏ ଛାଡ଼ୁଛି ଦେଶ । ଆହୁରି ଅନେକ ବିପନ୍ନ ଯୁଦ୍ଧ ଭିତରେ ବି ଆଶ୍ରୟର ସନ୍ଧାନରେ ଅଛନ୍ତି । ଏଭଳି ସ୍ଥିତିରେ ମିଳିତ ଜାତିସଂଘ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ୟୁକ୍ରେନ୍ ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତ ବି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ନିଜ ମତ ରଖିଛି ।