• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିଲେ ‘ଏକ୍ସ’ର ମାଲିକ ।  ‘ଏକ୍ସ’ର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି । ଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମସ୍କ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । 

ଗତକାଲି ଟେସଲା ଇଂକର ସେୟାର ୭.୨ ପ୍ରତିଶତ ହ୍ରାସ ପାଇବା ପରେ ଏଲନ୍ ମସ୍କ ସବୁଠାରୁ ଧନୀ ବ୍ୟକ୍ତି ଭାବେ ବାଦ୍ ପଡ଼ିଛନ୍ତି । ଫଳରେ ଏଲନ୍ ମସ୍କଙ୍କୁ ବଡ଼ ଝଟକା ଲାଗିଛି ।  ଜେଫ୍ ବେଜୋସ୍ ଏବେ ଏଲନ୍ ମସ୍କଙ୍କ ଠାରୁ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀଙ୍କ ଆଖ୍ୟା ଛଡ଼ାଇ ନେଇଛନ୍ତି ।

ଏଲନ୍ ମସ୍କଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୯୭.୭ ବିଲିୟନ ଡଲାର । କିନ୍ତୁ ଏବେ ବେଜୋସଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୦୦.୩ ବିଲିୟନ ଡଲାରରେ ପହଞ୍ଚିଛି । ବ୍ଲୁମବର୍ଗ ଅନୁସାରେ,୨୦୨୧ ମସିହା ପର ଠାରୁ ପ୍ରଥମ ଥର  ପାଇଁ ଆମାଜନ୍ .ଡଟ୍ ଇନ ପ୍ରତିଷ୍ଠାତା ବେଜୋସ ସବୁଠାରୁ  ଧନୀ ବ୍ୟକ୍ତିଙ୍କ ଶୀର୍ଷରେ ରହିଛନ୍ତି । 

ଏହି ଦୁଇ କମ୍ପାନୀର ସେୟାରଗୁଡ଼ିକ ଶ୍ରେଷ୍ଠ ୭ ସେୟାରରେ ସାମିଲ ହୋଇଛନ୍ତି । ଯାହା ଆମେରିକାର ଇକ୍ଟିଟି ବଜାରକୁ  ମଧ୍ୟ ପ୍ରଭାବିତ କରିଛି । ୨୦୨୨ ଶେଷ ପର୍ଯ୍ୟନ୍ତ ଆମାଜନର ସେୟାରଗୁଡ଼ିକ ଦ୍ୱିଗୁଣିତ ହୋଇଛି ।  ଏଥିସହ  ନିକଟତର ହୋଇଛି ରେକର୍ଡ ଶୀର୍ଷରେ ପହଞ୍ଚିବାକୁ । ତେବେ ଟେସଲା ୨୦୨୧ରେ ଶୀର୍ଷରୁ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।