Advertisment

ଅମର ହୋଇଯିବ କି ମଣିଷ?

ସତରେ ଆଉ କଣ ମରିବ ନାହିଁ ମଣିଷ? ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? କାରଣ ଆମେ ସମସ୍ତେ ଜାଣନ୍ତି ଜନ୍ମ ହୋଇଛନ୍ତି ମାନେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏପରି ଖବର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା

author-image
Sarbeswar
ଅଦ୍ୟତନ ହୋଇଛି
Man life

Man life

ନୂଆଦିଲ୍ଲୀ: ସତରେ ଆଉ କଣ ମରିବ ନାହିଁ ମଣିଷ? ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? କାରଣ ଆମେ ସମସ୍ତେ ଜାଣନ୍ତି ଜନ୍ମ ହୋଇଛନ୍ତି ମାନେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ତେଣୁ ଏପରି ଖବର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମିତି ତଥ୍ୟର ଅନୁସନ୍ଧାନ କେଉଁଠୁ ଓ କିଏ କରିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

ଆପଣମାନେ ସମସ୍ତେ ସୋମରସ କଥା ଜାଣିଥିବେ କିମ୍ବା ଶୁଣିଥିବେ ନିଶ୍ଚିତ। କିନ୍ତୁ ଏଠାରେ ଆମେ ଯେଉଁ ସୋମରସ କଥା କହୁଛି ତାହା ମାଦକ ଦ୍ରବ୍ୟ ନୁହେଁ ବରଂ ଏକ ଗଛର ରସ। ସୋମରସ ବିଷୟରେ ଶାସ୍ତ୍ରରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ହୋଇଛି। ଆଉ ଏହି ରସକୁ ପିଇ ଦେବତାମାନେ ଚିର ଯୌବନ ପାଉଥିଲେ , ଅର୍ଥାତ୍‌ ଯିଏ ସୋମରସ ପିଉଥିଲେ , ସେ ଅମର ହୋଇ ଯାଉଥିଲେ। ଯେଉଁମାନେ ଏହି ରସ ପିଉଥିଲେ ସେମାନଙ୍କୁ ବୃଦ୍ଧାବସ୍ଥା ଛୁଇଁ ପାରୁନଥିଲା। ତେବେ ଏହି ରସ ଏମିତି ଏକ ରସ , ଯାହାକୁ ପିଇବାପରେ କୌଣସି ରୋଗବ୍ୟାଧି ହେଉନଥିବା ବିଶ୍ୱାସ କରାଯାଏ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏହି କଥା ଉପରେ ବିଜ୍ଞାନ ଗବେଷଣା ଆରମ୍ଭ କରିଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅନେକାଂଶରେ ବିଜ୍ଞାନ ମଧ୍ୟ ଏହାକୁ ଗ୍ରହଣ କରିଛି ଏବଂ ଦୁନିଆର ସବୁଠୁ ଧନୀ ଉଦ୍ୟୋଗପତି ଜେଫ୍‌ ବେଜୋସ୍‌ ଏକ ଏମିତି କମ୍ପାନୀରେ ଅର୍ଥ ନିବେଶ କରିଛନ୍ତି , ଯିଏ ମଣିଷକୁ ଅମର କରିବାକୁ ଯୋଜନା ଉପରେ କାମ କରୁଛି ।

ଯେଉଁ କମ୍ପାନୀରେ ଜେଫ୍‌ ବିଜୋସ୍‌ ଅର୍ଥ ନିବେଶ କରିଛନ୍ତି , ତାହା ମଣିଷର କୋଷିକା ଗୁଡ଼ିକୁ ରି-ପ୍ରୋଗ୍ରାମିଂ କରିବାରେ ସକ୍ଷମ। ଏଠାରେ କହିରଖୁଛୁ, ଜଣେ ମଣିଷର ଶରୀର ୭୨୪ଲକ୍ଷ କୋଟି କୋଷିକାରେ ତିଆରି ହୋଇଛି। ତେଣୁ ପିଲାଟିଏ ଜନ୍ମ ହେବା ପରେ ତାହା ମଧ୍ୟରେ କୋଷିକା ଗୁଡ଼ିକ ମଧ୍ୟ ବଢିବାରେ ଲାଗେ ଆଉ ପରବର୍ତ୍ତୀ ସମୟରେ ବୟସ ବଢିବା ସାଙ୍ଗେ ସାଙ୍ଗେ କୋଷିକା ଗୁଡ଼ିକ ନଷ୍ଟ ହୋଇଯାଏ। ଆଉ ମରିଯାଉଥିବା କୋଷ ଗୁଡ଼ିକ କିନ୍ତୁ ପରବର୍ତ୍ତୀ ସମୟରେ ଆଉ ତିଆରି ହୁଏ ନାହିଁ। ତେଣୁ ମଣିଷ ଧୀରେ ଧୀରେ ବୃଦ୍ଧାଅବସ୍ଥାକୁ ଯାଏ।

Advertisment

କିନ୍ତୁ ଆମେରିକା ନିଜର ଏକ ଲ୍ୟାବରେ ମଣିଷର ଶରୀରରେ ମରିଯାଇଥିବା କୋଷିକା ଗୁଡ଼ିକ ଷ୍ଟେମ୍‌ ସେଲ୍ସର ସାହାଯ୍ୟରେ ତିଆରି କରୁଛନ୍ତି। ଯାହା କି ମଣିଷ ଶରୀରରେ ପୁଣି ଥରେ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ। ଏହି କୋଷିକା ତିଆରି କରିବାରେ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକଙ୍କୁ ମଧ୍ୟ ସାମିଲ କରିଛି ଆମେରିକା । ବର୍ତ୍ତମାନରେ ଏହି କମ୍ପାନୀର ଆଶା କି ସେ ପ୍ରାରମ୍ଭରେ ମଣିଷର ବୟସକୁ ଅତି କମ୍‌ରେ ୫୦ ବର୍ଷ ଯାଏ ବୃଦ୍ଧି କରିପାରିବେ , ଅର୍ଥାତ୍‌ କୌଣସି ବ୍ୟକ୍ତି ୮୦ ବର୍ଷ ବଞ୍ଚିଛନ୍ତି ତ, ସେ ୧୩୦ ବର୍ଷ ଯାଏ ବଞ୍ଚି ପାରିବେ । ତେବେ ବିଜୋସ୍‌ଙ୍କୁ ଏହି ପଦ୍ଧତି ଏତେ ମାତ୍ରାରେ ପସନ୍ଦ ଆସିଛି ଯେ, ସେ ନିଜେ ଏହି ଗବେଷଣାରେ ଟଙ୍କା ନିବେଶ କରିଛନ୍ତି। ସେ ଯାହା ବି ହେଉ, ମଣିଷ ଅଧିକ ଦିନ ବଂଚିବା ଓ ଅମର ହେବା ପାଇଁ ଗବେଷଣାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

India America Man Life
Advertisment
Advertisment