Advertisment

ଲେବାନନ୍‌ରେ ରକ୍ତର ହୋଲି ଖେଳିଲା ଇସ୍ରାଏଲ୍; ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ୪୯୨ ମୃତ

ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ ।

ଅଦ୍ୟତନ ହୋଇଛି
Israeli air strikes kill 492 people in Lebanon

Israeli air strike

Advertisment

ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ । ଶହ ଶହ ଲୋକ ଆହତ ହୋଇଛନ୍ତି। ଲେବାନନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହିଜବୁଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି।

Advertisment

ଅଧିକ ପଢ଼ନ୍ତୁ: ଦୁନିଆର ସବୁଠାରୁ ଭୟଙ୍କର ଏୟାରପୋର୍ଟ; ମାତ୍ର ୫୦ ଜଣ ପାଇଲଟ୍‌ କରିଛନ୍ତି ଅବତରଣ...

ହିଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ଭୂଇଁ ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହିଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ଦ୍ବାରା ଆକ୍ରମଣ କରିଥିଲା।

Advertisment

ଅବଶ୍ୟ ଇସ୍ରାଏଲ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିବା ବେଳେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧଆଶଙ୍କା ବଢ଼ି ଯାଇଛି। ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ୧୩୦ କିଲୋମିଟିର ସୀମା ରେଖା ରହିଛି। ହିଜବୁଲ୍ଲା ଆତଙ୍କୀ ଲେବାନନ ପଟୁ ଆକ୍ରମଣ କରୁଥିବାରୁ ଇସ୍ରାଏଲ୍ ଅଧିକ କ୍ଷୁବ୍ଧ ହୋଇଛି।

Advertisment
Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ