• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆତଙ୍କବାଦୀ ସଂଗଠନ ହମାସ୍‌ର କମାଣ୍ଡର ଅଲି କାଦି ନିହତ । ଅଲି କାଦିକୁ ନିପାତ କରାଯାଇଥିବା କହିଲା ଇସ୍ରାଏଲ ସେନା । ଅକ୍ଟୋବର ୭ ଗଣହତ୍ୟାର ମାଷ୍ଟର ମାଇଣ୍ଡ ଥିଲା ଅଲି କାଦି । ଅଲି ନେତୃତ୍ୱରେ ହମାସ ସେଦିନ ବୀଭତ୍ସ ରକ୍ତପାତ ଘଟାଇଥିଲା ।

ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ ବୟୁସେନା ଏହି ମୁଖ୍ୟ ସଦସ୍ୟ ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲୀୟ ବାୟୁସେନା ଆହୁରି ମଧ୍ୟ କହିଛି ଯେ, ଶନିବାର ଦିନ ନରସଂହାର ବେଳେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦେଶ ଦେବାରେ ମୁରାଦ ଆବୁ ମୁରାଦଙ୍କର ଯଥେଷ୍ଟ ଭୂମିକା ଥିଲା ।

‘X’ ପୋଷ୍ଟ୍‌ରେ ଇସ୍ରାଏଲୀୟ ବାୟୁସେନା କହିଛି, ଗତକାଲି ମଧ୍ୟ ବାୟୁସେନାର ଲଢୁଆ ଜେଟ୍‌ ସବୁ ହମାସ୍‌ ଆତଙ୍କବାଦୀ ସଙ୍ଗଠନର ଆଭିଯାନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ସେଠାରୁ ସେମାନଙ୍କ ସଙ୍ଗଠନର ବିମାନ ଆକ୍ରମଣ କାର୍ଯ୍ୟକଳାପ ପରିଚାଳନା କରାଯାଉଥିଲା । ଶନିବାର ଦିନ ନରସଂହାରମୂଳକ ଆକ୍ରମଣ ପାଇଁ ବିଶେଷ ଭୂମିକା ନିର୍ବାହ କରିଥିବା ଓ ଆଙ୍କବାଦୀମାନ‌ଙ୍କୁ ନିର୍ଦ୍ଦେଶ ଦେଇଥିବା ଗାଜା ନଗରୀ ବାୟୁସେନା ସଙ୍ଗଠନର ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ଗତକାଲିର ଆକ୍ରମଣରେ ମୃତ୍ୟୁ ଘଟିଛି ।

ଏହାଛଡ଼ା, ଗତକାଲି ମଧ୍ୟ ହମାସ କମାଣ୍ଡୋ ଫୋର୍ସଙ୍କର ବିଭିନ୍ନ ଆଡ୍‌ଡା ଉପରେ ବିମାନ ଆକ୍ରମଣ କରାଯାଇଛି ବୋଲି ‘ଦି ଇଜ୍ରଏଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

OTV is now on Whatsapp

Join and get latest news update delivered to you via whatsapp

Join Now